ରାଉରକେଲା, ୨୫/୮ (ସନ୍ଧାନ ନିଉଜ/ଏସ.ନାୟକ) : ଗତବର୍ଷ ତିତଲି ବାତ୍ୟା ଯୋଗୁ ରାଜ୍ୟ ସରକାର ସମସ୍ତ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଦେଲେ । ଏଥର ମଧ୍ୟ ସ୍ଥିତି ସେଇଆ । ଏଥର ଇଲେକ୍ସନ ହେବନି, ହେବ ସିଲେକ୍ସନ । ଏହାକୁ ନେଇ କଲେଜରେ ନୂଆକରି ପାଦ ଥାପିଥିବା ଛାତ୍ରଛାତ୍ରୀଙ୍କ ମନରେ ନିରାଶର ବାତାବରଣ ଖେଳି ଯାଇଛି । ରାଉରକେଲାର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ନିର୍ବାଚନ ନହେବା ଯୋଗୁ ସରକାରଙ୍କ ଉପରେ ସିଧାସଳଖ ଦୋଷ ଲଦୁଥିବା ଅଭିଯୋଗ ହୋଇଛି । କଲେଜ ପଢୁଆ ଯୁବପିଢୀ ସରକାରଙ୍କ ଏହି ଘୋଷଣାରେ ପୁରା ନିରାଶ ଓ ମର୍ମାହତ ହୋଇ ପଡ଼ିଛନ୍ତି । ରାଉରକେଲାରେ ଥିବା କଲେଜରେ ଆଉ ପ୍ରାକ କ୍ୟାମ୍ପସ ନିର୍ବାଚନ ଛୁଙ୍କ ଦେଖିବାକୁ ମିଳୁନାହିଁ ।
କଲେଜରେ ହେବନି ନିର୍ବାଚନ! ନୂତନ ବିଦ୍ୟାର୍ଥୀ ନିରାଶ
|
August 25, 2019 |