କଲେଜଛାତ୍ରୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ
ଯାଜପୁର , ୧୯/୨(ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧିନ କଲାଣ୍ଡ ଗ୍ରାମର ଉଦୟ କୁମାରସାହୁଙ୍କ ଝିଅ ପ୍ରୀତିଅର୍ଚ୍ଚନାସାହୁ(ରୋଜା) ଯୁକ୍ତ ୨ବିଜ୍ଞାନରେ ପଢୁଥିବାସ୍ଥାନୀୟ ମୁକୁନ୍ଦପାତ୍ର ମହାବିଦ୍ୟାଳୟ କନ୍ତପଡା ଆଜି ନିଜଗାଁରୁ ସକାଳ ୭ ଟା ସମୟରେ ସାଇକେଲ ଯୋଗେ ମୁକୁନ୍ଦପାତ୍ର ମହାବିଦ୍ୟାଳୟକୁ ଯାଉଥିବାବେଳେ ରାଇଚନ୍ଦା ପଞ୍ଚାୟତର ବାଲିକୁଡ଼ିଆ ହରିଜନସାହି ଅନ୍ଧାରଗୋଡି ନିକଟରେ ଏକ ନିଛାଟିଆ ରାସ୍ତାରେ ଏକ ଦୁର୍ବୁତ୍ତ ନାଲିରଙ୍ଗର ହିରୋ ମଟର ସାଇକେଲରେରେ ଆସି ପଛ ପଟରୁ ଧକାଦେଇ ଛାତ୍ରୀଜଣଙ୍କ ବ୍ୟାଗଟି ନେଇ ଚମ୍ପଟ ମାରିଥିଲା। ପାଖରେ କେହି ନଥିବାବେଳେ ଛାତ୍ରୀଜଣକ ନିରାଶ ହୋଇଘରକୁ ଫେରିଆସିଥିଲେ। ରୋଜାଙ୍କ କହିବା ଅନୁସାରେ ତାଙ୍କବ୍ୟାଗ କଲେଜ ଡିଉ ଦବାପାଇଁ ନେଇଥିବା ୧୫୦୦ସହ ଟଙ୍କା ଗୋଟିଏ ମୋବାଇଲି ଫୋନ ଓ ତାଙ୍କ ଆଇଡେଣ୍ଟ କାର୍ଡସହିତ କିଛି ବହିପତ୍ର ଥିଲା। ନିକଟରେ ରେଖିଦେଇପୁରର ଆଉଜଣେ ଛାତ୍ରୀର ମଧ୍ୟ ସେହିଯାଗାରେ ବ୍ୟାଗ ନେଇଯାଇଥିଲେ। ଏଥିନେଇଥାନାରେ କୌଣସି ଲିଖିତଅଭିଯୋଗହୋଇନାହିଁ।।
Related Posts
About The Author