କଲାଣ୍ଡ ଗ୍ରାମରେ ୪୧ ତମ ଲକ୍ଷ୍ମୀନାରାୟଣ ଗଜ ଉଦ୍ଧାରଣ ପୁଜୋତ୍ସବ ଆରମ୍ଭ

Spread the love

ଯାଜପୁର, ୧୫/୧୨/୨୦ (ସନ୍ଧାନ ନିଉଜ) : ଶାନ୍ତାକାରଂ ଭୁଜଙ୍ଗ ଶୟନଂ ପଦ୍ମନାଭ ସୁରେଶଂ ବିଶ୍ଵଧାରଂ ଗଗନ୍ନ ସଦୃଶ୍ୟ ମେଘବର୍ଣ୍ଣ ସୁଭାଗମ୍ ଲକ୍ଷ୍ମୀକାନ୍ତ କମଳ ନୟନଂ ଯୋଗୀର୍ଭି ଧ୍ୟାନ ଗମ୍ୟୟ ବନ୍ଦେବିଷ୍ଣୁ ଭଵଭୟହରଂ ସର୍ବଲୋକୈକ ନାଥମ୍ । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତଅଧିନ କଲାଣ୍ଡ ଗ୍ରାମରେ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଗଜଉଦ୍ଧାରଣ ପୂଜା ମହୋଉତ୍ସବ ଅନୁଷ୍ଠିତ କରୋନା ଗାଇଡ୍ ଲାଇନ୍ ଭିତରେ ଅନୁଷ୍ଠିତ ହେଇଯାଇଛି । ସବୁବର୍ଷ ଭଳି ଏବର୍ଷ ପୂଜା ଏତେ ସରଗମ ହେବନାହିଁ  ବୋଲି କମିଟି ତରଫରୁ ନିଷ୍ପତି ନିଆଯାଇଛି । ଆଜି କଳସ ଅଧିବାସ କରି ଠାକୁରଙ୍କ  ରୀତି ନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଆଗାମ୍ ପାଞ୍ଚ ଦିନଧରି ଲକ୍ଷ୍ମୀନାରାୟଣ ଗଜଉଦ୍ଧାରଣପୂଜା କରୋନା  ଗାଇଡ୍ ଲାଇନ୍ ଭିତରେ ପାଳିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।

Related Posts

About The Author

Add Comment