କଲାଣ୍ଡରେ ଦୁର୍ଗା ପୂଜା ଏବଂ ରାବଣ ପୋଡ଼ି।

Spread the love

ଜେନାପୁର,୧/୧୦ (ସନ୍ଧାନ ନ୍ୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଏଣ୍ଡଳବା ପଞ୍ଚାୟତ କଲାଣ୍ଡ ଗ୍ରାମରେ ଦୁର୍ଗତିନାସିନୀ ମା ଦୁର୍ଗା ଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯାଉଛି। ଚଳିତ ବର୍ଷ ରାବଣ ପୋଡ଼ିର କାର୍ଯ୍ୟକ୍ରମ ମଧ୍ୟ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଷଷ୍ଠୀ ତିଥି ଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା ଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। କଳସ ପୂଜା,ସପ୍ତମୀ ପୂଜା,ଚଣ୍ଡୀପୂଜା, ଅଷ୍ଟମୀ ପୂଜା, ନବମୀ ପୂଜା ବଳିଭୋଜ, ବେଲବରଣୀ, ସନ୍ଧିପୂଜା,ଚଣ୍ଡୀ ପାଠ ପୂଜା ସହିତ ଦଶମୀ ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତ ବର୍ଷ ଏହି ପୂଜା ୧୫ ବର୍ଷ ରେ ପଦାର୍ପଣ କରିଛି। ମର୍ଜିତାପୁର ର ମା ଙ୍କ ପୂଜା କୁ ନେଇ ଏକ ସ୍ୱତନ୍ତ୍ରତା ରହିଛି। ପୂଜା ମଣ୍ଡପ ରେ ନାମ ସଂକୀର୍ତ୍ତନ ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବିଭିନ୍ନ ମଣ୍ଡପ କୁ ଯାଇ ମା ଙ୍କ ଦର୍ଶନ କରୁଛନ୍ତି। ପୂଜା କମିଟିର ସଭାପତି ଅଜୟ ବେହେରା, ସମ୍ପାଦକ ପ୍ରଦୀପ ସାହୁ ଏବଂ ବରିଷ୍ଠ ସଭ୍ୟ ଗୁରୁଚରଣ ପ୍ରଧାନଙ୍କ ତତ୍ୱବାଧାନ ରେ ପୂଜା କାର୍ଯ୍ୟ ସମ୍ପାଦନ ହେଉଛି।

Related Posts

About The Author

Add Comment