କଲରାଡୁଙ୍ଗୁରୀରେ ଅଷ୍ଟପ୍ରହରୀ ନାମଯଜ୍ଞ

Spread the love

ସମ୍ବଲପୁର,ଜୁଜୋମୁରା୦୫/୦୨: ଜୁଜୋମୁରା ବ୍ଲକ ଅନ୍ତର୍ଗତ ନୂଆଁବରଙ୍ଗାମାଲ ପଞ୍ଚାୟତର କଲରାଡୁଙ୍ଗରୀ ଠାରେ ଆଞ୍ଚଳିକ ସଂକ୍ରାନ୍ତି ନାମଯଜ୍ଞ ନାମରେ ଶୁଭାଧିବାସରେ ଅଷ୍ଟପ୍ରହରୀ ନାମଯଜ୍ଞ ର ପୂର୍ଣ୍ଣାହୁତି ପଡିଛି।ପଣ୍ଡିତ ଶିବଶଙ୍କର ପଣ୍ଡା ଓ ପ୍ରମୋଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ନାମଯଜ୍ଞରେ ଶ୍ରୀମତୀ ସୀତା ସାହୁ ଓ ଆନନ୍ଦ ସାହୁ କର୍ତ୍ତା ଦାୟିତ୍ୱ ବହନ କରିଥିଲେ । ନାମଯଜ୍ଞରେ ଅଞ୍ଚଳର ଆବାଳ ବୃଦ୍ଧ ବନିତା ରାମ ନାମ ଜପ କରିବା ଦେଖିବାକୁ ମିଳିଥିଲା ।ଯଜ୍ଞ ପୂର୍ଣ୍ଣାହୁତି ପରେ ସହସ୍ରାଧିକ ଭକ୍ତ ଅନ୍ନ ପ୍ରସାଦ ଗ୍ରହଣ କରିବା ପରେ ଅପରାହ୍ନରେ ରେଙ୍ଗାଲିର ବ୍ରାହ୍ମଣୀପାଲି ଓ ମୁରା ଅନ୍ତର୍ଗତ କଲମି ମଧ୍ୟରେ ଚିତ୍ତାକର୍ଷକ ବୈଠକି କିର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହାକୁ କମିଟି ସଦସ୍ୟ ବିକ୍ରମ ସାହୁ,ଜଗଦିଶ ନାଏକ,ରମଣି ରଞ୍ଜନ ସାହୁ,ଶିବପ୍ରସାଦ ବାରିକ,ଅନିଲ କୁମାର ଭୋଇ,ଅମରେନ୍ଦ୍ର କୁମାର ପଶାୟତ,ଅଜୟ କୁମାର ପ୍ରଧାନ,ମଧୁସୁଦନ ମିରିଗ୍,ଡାକ୍ତର ମିରିଗ୍ ଓ ସିପୁନ ମର୍ଦ୍ଧା ପରିଚାଳନା କରିଥିଲେ । କଲରାଡୁଙ୍ଗରି ଏକ ସର୍ବପୁରାତନ ଧର୍ମସ୍ଥଳି ହୋଇଥିବାରୁ ଏହାର ନବକଳେବର କରି ଏହାର ବିକାଶ ପାଇଁ ବର୍ତ୍ତମାନ କମିଟି ଅଣ୍ଟା ଭିଡିଛି । ଏଥିରେ ନୂଆଁବରଙ୍ଗାମାଲର ସରପଞ୍ଚ୍ ଶ୍ରୀମତୀ ସେବିକା ସାହୁ, ବିଜେପିର ଟିକି ପ୍ରଧାନ ଓ ଅଞ୍ଚଳର ସାମାଜିକ କର୍ମି ଡା.ରାଜାରାମ ଷଡଙ୍ଗୀ ପ୍ରମୂଖ ଯୋଗଦାନ କରି ଧର୍ମ,ସଂସ୍କୃତି ସହିତ ସଦଭାବନା ପ୍ରତିଷ୍ଠା ପାଇଁ ଏଭଳି ଆୟୋଜନର ଆବଶ୍ୟତା ଥିବା କହିଥିଲେ।

Related Posts

About The Author

Add Comment