କଲଣ ବାଲିଘାଟରୁ ବେଆଇନ ବାଲି ଚାଲଣ, ତହସିଲଦାରଙ୍କୁ ଗାଁ ଲୋକଙ୍କ ଅଭିଯୋଗ

Spread the love

ଯାଜପୁର, ୧୯/୩ (ସନ୍ଧାନ ନିଉଜ/ଜେ ରାଉତ) : ରସୁଲପୁର ତହସିଲ ଅନ୍ତର୍ଗତ କସ୍ପା ସର୍କଲ ଅଧିନସ୍ଥ କଲଣ ପଂଚାୟତର ବ୍ରାହ୍ମଣୀ ନଦୀରୁ ବ୍ୟାପକ ଚୋରା ବାଲି ଚାଲାଣ ହେଉଛି । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ନିକଟରେ ଅଭିଯୋଗ ହୋଇଛି ।
ଘଟଣାରୁ ପ୍ରକାଶ ଯେ ରସୁଲପୁର ତହସିଲ ଅଂଚଳରେ ବେଆଇନ ବାଲି ମାଫିଆଙ୍କ ପାଦ୍ରୁଭାବ ବଢିବାରେ ଲାଗିଛି । ଗତ କିଛିଦିନ ହେବ ତହସିଲଦାର ନିର୍ବାଚନ ସଂପର୍କିତ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ବିଭିନ୍ନ କାର୍ଯ୍ୟକୁ ନେଇ ତହସିଦାର କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି । ଏ ଦିଗରେ ତହସିଲ କର୍ମଚାରୀମାନଙ୍କଠାରୁ ବାଲି ମାଫିଆଙ୍କୁ ଭିତିରି ସୂଚନା ମିଳି ଯାଉଛି । ଏହାକୁ ଏକ ବଡ ସୁଯୋଗ ବୋଲି ମନେକରି ବାଲି ଚୋରା ଚାଲାଣ ବ୍ୟାପକ କରାଯାଉଛି । ଏଭଳି କାର୍ଯ୍ୟରେ ପଂଚାୟତର ଜନପ୍ରତିନିଧି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କର ହାତ ରହୁଛି । ଏହା ଦ୍ୱାରା ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ଘଟୁଛି । ପାଖ ପଂଚାୟତରେ ଥିବା ସରକାରୀ ନିଲାମ ଘାଟ ଗୁଡିକ କ୍ଷତିରେ ଚାଲୁଛି । ବାଲି ମାଫିଆମାନେ ବେଆଇନ ବାଲି ଘାଟରୁ ଅଧିକ ବାଲି ପରିବହନ କରୁଛନ୍ତି । ମାତ୍ର ନିଲାମ ଘାଟ ଗୁଡିକୁ ଗାଡି ଗଡାଇ ୍ଦେଉନାହାଁନ୍ତି । ନିଲାମ ଘାଟରେ କ୍ଷତି ହେଲେ ନିଲାମଧାରୀମାନେ ଘାଟ ଛାଡିଦେବେ । ପରେ ବାଲି ମାଫିଆମାନେ ଘାଟ ଗୁଡିକ ଉପରେ କବ୍ଚା କରିନେବେ ବୋଲି ଭିତିରି ମସୁଧା କରି ଏଭଳି କରୁଛନ୍ତି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ତହସିଲ ପ୍ରଶାସନ ନିଲାମଧାରୀମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଏ ଦିଗରେ ତହସିଲଦାର ଭୁଜବଳଙ୍କୁ ପଚାରିବାରୁ ସେ ପୁଣି ଚିରାଚରିତ ଢଙ୍ଗରେ ଉତ୍ତର ରଖିଛନ୍ତି । ଦିନେ ଦୁଇଦ୍ିନ ମଧ୍ୟରେ ବେଆଇନ ବାଲି ଘାଟ କ୍ଷେତ୍ରକୁ ପରିଦର୍ଶନରେ ଯିବେ ବୋଲି ପ୍ରକାଶ କରିଛନ୍ତି ।

Related Posts

About The Author

Add Comment