କର୍ମନିଯୁକ୍ତି ପାଇଁ କୋରନା ଋଣ

Spread the love

ବାରିପଦା/ବାଲେଶ୍ଵର ୧୯.୦୭.୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୋରନା ମହାମାରୀ ପାଇଁ ବହୁ ଉଦ୍ୟୋଗିକ ସଂସ୍ଥା ପ୍ରଭାବିତ ହୋଇଛି । ଏହି ସବୁ ସଂସ୍ଥାଗୁଡ଼ିକରେ  କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ , କର୍ମଚାରୀ ବେରୋଜଗାର ହୋଇ ଘରେ ବସିଛନ୍ତି । ଯେଉଁ ଉଦ୍ୟୋଗଗୁଡିକୁ କିଛି ଋଣ ମିଳିଲେ ପୁଣି ସ୍ବାଭାବିକ ଭାବେ ଉତ୍ପାଦନ କରିପାରିବେ, ସେଗୁଡିକୁ ପୁନର୍ବାର ଚାଲୁ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସରକାର ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବିଭାଗକୁ ଅଧିକ ସହାୟତା ଯୋଗାଇ ଦେଇଥିବା ବେଳେ ଏସ୍ଏଚଜି ଗ୍ରୁପକୁ ବି ଗୁରୁତ୍ଵ ଦେଇଛନ୍ତି ।

  ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲେଶ୍ଵର ଜିଲ୍ଲାକୁ ୭୬କୋଟି ୪୨ ଲକ୍ଷ ଟଙ୍କା ଋଣ ଦିଆଯାଇଛି । ଏମ୍ଏସ୍ଏମ୍ଇ ରେ ୨ ହଜାର ୨୨୦ କ୍ଷତିଗ୍ରସ୍ତ ଉଦ୍ୟୋଗକୁ ୬୬କୋଟି ୩୮ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ଦିଆଯାଇଥିବା ବେଳେ ଜିଲ୍ଲାର ମୋଟ ୧୬୯୯ ଏସ୍ଏଚଜି ଗ୍ରୁପକୁ ୧୦ କୋଟି ୪ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । କରୋନା ପାଇଁ ଚୁପ ହୋଇ ଯାଇଥିବା ଉଦ୍ୟୋଗଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ସରକାର ମାତ୍ର ୭ ପ୍ରତିଶତ ସୁଧରେ ଏହି ସହାୟତା ଦେଇଛନ୍ତି । ଏମ୍ଏସ୍ଏମ୍ଇ ରେ ଦିଆଯାଇଥିବା ଋଣକୁ ଉଦ୍ୟୋଗୀ ବର୍ଷେ ପଯ୍ୟନ୍ତ କେବଳ ସୁଧ ଫେରସ୍ତ କରିବେ ।ବର୍ଷେ ପରେ ସୁଧ ସହ ମୂଳ ଟଙ୍କା ପରିଶୋଧ କରିବାର ବ୍ୟବସ୍ଥା ହୋଇଛି । ସେହିପରି ଏସ୍ଏଚଜି ଗ୍ରୁପ ୬ମାସ ପଯ୍ୟନ୍ତ ଖାଲି ସୁଧ ଦେବେ । ଯଦି ନିୟମିତ ଭାବେ ଏହି ଗ୍ରୁପ ଗୁଡିକ ସୁଧ ଦେଇଚାଲିବେ , ତେବେ ସରକାର ନେଇଥିବା ୭ ପ୍ରତିଶତ ସୁଧ ଟଙ୍କାଙ୍କୁ ପରେ ଗ୍ରୁପକୁ  ଫେରେଇ ଦେବେ । କହିବାକୁ ଗଲେ ଏସ୍ଏସଜି ଗ୍ରୁପଗୁଡ଼ିକୁ  ବିନା ସୁଧରେ ଋଣ ପ୍ରଦାନ କରାଯାଇଛି । ପ୍ରଭାବିତ ହୋଇଥିବା ଉଦ୍ୟୋଗ ସଂସ୍ଥାଗୁଡ଼ିକକୁ ମୂଳାଧାରକୁ ଫେରେଇ ଆଣିବା ପାଇଁ ସରକାର ଗୁରୁତ୍ବରୋପ କରିଛନ୍ତି । ଏହି ଯୋଜନାରେ ଜିଲ୍ଲାର ଅନେକ ଛୋଟ ବଡ଼ କମ୍ପାନୀ ଋଣ ନେଇଛନ୍ତି । ଏମ୍ଏସ୍ଏମ୍ଇ ରେ ସବୁଠାରୁ ଅଧିକ ଋଣ ପ୍ରଦାନ କରିଛି ଏସ୍ଆଇ ଓ ୟୁକୋ ବ୍ୟାଙ୍କ । ସେହିପରି ଏସ୍ଏଚଜି ଗ୍ରୁପକୁ ଗ୍ରାମ୍ୟ ବ୍ୟାଙ୍କ ଅଧିକ ଋଣ ପ୍ରଦାନ କରିବା ସହିତ ଏହି ୨ ବ୍ୟାଙ୍କକୁ ବି ଋଣ ପ୍ରଦାନ କରିଛନ୍ତି ।

  କ୍ଷତି ଗ୍ରସ୍ତ ଉଦ୍ୟୋଗକୁ ଛାଡ଼ି କୋରନା ସମୟରେ ଜିଲ୍ଲାର ବହୁ ନୂତନ ଉଦ୍ୟୋଗୀ ଋଣ ନେବାକୁ ଆବେଦନ କରିଛନ୍ତି । ପିଏମ୍ଇଜିପି (ପ୍ରଧାନମନ୍ତ୍ରୀ ଏମ୍ପ୍ଲଇ ଗ୍ୟାରେଣ୍ଟି ସ୍କିମ୍ )ରେ ୬୬ ଜଣ , ଏମ୍ଏସ୍ଏମ୍ଇ ରେ ୨୦,ଜମି ସହିତ ଋଣ ନେବାକୁ ୨୪ଜଣ ,ଶିଳ୍ପ ଉନ୍ନତି ଯୋଜନାରେ ୮୦୦ରୁ ଅଧିକ ନୂତନ ଉଦ୍ୟୋଗୀ ଋଣ ନେବାକୁ ଆବେଦନ କରିଛନ୍ତି । ଏହା ଦ୍ବାରା ଶିଳ୍ପ ଅନୁଷ୍ଠାନର ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲା ଶିଳ୍ପ କେନ୍ଦ୍ରର ଜିଏମ୍ ହରିହର ଜେନା କହିଛନ୍ତି ।

Related Posts

About The Author

Add Comment