ରାଉରକେଲା୨୨/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ):ନବକୃଷ୍ଣନଗରସ୍ଥିତ ସୋନାପର୍ବତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରତିଭା କୁମାରୀ ମହାପାତ୍ରଙ୍କ ସଭାପତିତ୍ୱରେ ଆଜି ବିଦ୍ୟାଳୟର କର୍ମଚାରୀ ଉମାକାନ୍ତ ସାମଲଙ୍କୁ ବିଦ୍ୟାଳୟ ପରିସରରେ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ଶ୍ରୀ ସାମଲଙ୍କ କାର୍ଯ୍ୟଶୈଳୀ,କର୍ତବ୍ୟନିଷ୍ଠା,ସମୟାନୁବର୍ତିତା,ତ୍ୟାଗ,ନିଷ୍ଠା ସର୍ବୋପରି ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ସ୍ନେହ,ଶ୍ରଦ୍ଧା ଓ ସହାନୁଭୁତି ଏବଂ ସହକର୍ମୀଙ୍କ ପ୍ରତି ଅମାୟିକ ବ୍ୟବହାର ଉପରେ ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ଆରମ୍ଭରୁ ଅନୁଷ୍ଠାନ ପ୍ରତି ତାଙ୍କର ଅବଦାନକୁ ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସ୍ମରଣ କରି ତାଙ୍କର ଭବିଷ୍ୟତର ମଙ୍ଗଳ କାମନା କରିଥିଲେ । ପ୍ରତୁ୍ୟତରରେ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟ ମାଧ୍ୟମରେ ବିଦ୍ୟାଳୟର ଶିକ୍ଷକ ତଥା ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ଠାରୁ ଯେଉଁ ସମ୍ମାନ,ସହଯୋଗ,ପ୍ରେରଣା ପାଇଛନ୍ତି ତାହା ଅଭୁଲା ସ୍କୃତି ହୋଇ ରହିବ ବୋଲି କହିଥିଲେ ।
କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
|
August 22, 2019 |
