ଧର୍ମଶାଳା, ୧୬/୦୭ (ସନ୍ଧାନ ନିଉଜ) : ଦିର୍ଘ ଚାରିବର୍ଷ ଧରି କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର ଭାବରେ କାର୍ଯ୍ୟକରି ଡ. ନିହାର ରଂଜନ କର ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି । ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ ୧୫୦ଶହରୁ ୨୦୦ ରୋଗୀମାନଙ୍କର ଭିଡ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୧୧ନଂ ଜୋନର ୯ଟି ପଂଚାୟତ ସହିତ ୧୨ନଂ ଜୋନରୁ ଅନେକ ଗାଁ ର ରୋଗିମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ । କରୋନାର ଭୟାବହତା ମଧ୍ୟରେ ଅନେକ ଡାକ୍ତର ଏବେ କରୋନା ସଂକ୍ରମିତ ହୋଇଥିବାର ଖବର ପ୍ରତ୍ୟେକ ଡାକ୍ତର ମାନଙ୍କୁ ଭୟଭିତ କରିଛି ତଥାପି ବିଭିନ୍ନ ପ୍ରକାର ରୋଗୀମାନଙ୍କୁ ରୋଗୀ ସେବା ଯୋଗାଇବାରେ କୁଣ୍ଠା ପ୍ରକାଶ କରିନାହିନ୍ତି କି ଥକିପଡି ନାହାଁନ୍ତି ଡ. ନିହାର । ପ୍ରତ୍ୟହ ଡାକ୍ତରଖାନା ଆସି ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀମାନଙ୍କୁ ଚିକିସôା କରି ସେମାନଙ୍କୁ ଭଲ କରିବାର ଚେଷ୍ଠା ଜାରି ରଖିଛନ୍ତି । କରୋନା ଭୟରେ ସାମାନ୍ୟ ସଂଙ୍ଖିତ ଡାକ୍ତର କର ଭିଡକୁ ଏଡେଇବା ପାଇଁ ଆଉଟଡୋର ଛାଡି ନିଜର ବିଶ୍ରାମ କକ୍ଷକୁ ଏବେ ଆଉଟଡୋର ଭଳି କରି ସେଠାରେ ରୋଗୀମାନଙ୍କୁ ଜଣକ ପରେ ଜଣକୁ ଚିକିସôା କରୁଛନ୍ତି । ଡାକ୍ତରଖାନାକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସାମାଜିକ ଦୁରତା ରକ୍ଷା କରିବା ସହିତ ମୁହଁରେ ମାସ୍କ ବ୍ୟବହାର କରିବା ପାଇଁ ଉପଦେଶ ଦେଉଛନ୍ତି । ଜଣେ ଷ୍ଟାପ ନର୍ସ ଓ ଜଣେ ଆଟେଡାଣ୍ଟ ଓ ଜଣେ ଆୟୁଷ ଡାକ୍ତରରେ ଡାକ୍ତରଖାନାକୁ ସୁପରିଚାଳନା କରି ନିଜର କାର୍ଯ୍ୟଦକ୍ଷତାକୁ ପ୍ରତିପାଦିତ କରିଛନ୍ତି । କରୋନା ଏବେ ଗୋଷ୍ଠି ସଂଙ୍କ୍ରମଣ ଆଡକୁ ଗତି କରୁଥିବା ବେଳେ ଏଥିରୁ ବଞ୍ଚôବାର କେତେକ ସରଳ ବିଷୟରେ କହିଛନ୍ତି । ସରକାରୀ ନିଦେ୍ଦ÷ର୍ଶ ପାଳନ ସହତ କେତେଗୁଡିଏ କାର୍ଯ୍ୟପ୍ରତି ଧ୍ୟାନ ଦେବାକୁ ପ୍ରତ୍ୟେକ ରୋଗୀଙ୍କୁ କହନ୍ତି । ସେଗୁଡିକ ହେଲା ସମସ୍ତଙ୍କଠାରୁ ଦୁରତା ରକ୍ଷା କରିବା ଓ ଯଦି ମୁହଁରେ ମାସ୍କ ବ୍ୟବହାର କରିନାହାଁନ୍ତି ତେବେ ତାଙ୍କୁ ସେବା କରିବା ପାଇଁ ବାଧ୍ୟ ନକରିବାକୁ ଅନୁରୋଧ କରିଛନ୍ତି । ଅନାବଶ୍ୟକ ଭାବରେ ମୁହଁକୁ ଛୁଇଁବାକୁ ବାରଣ କରିଛନ୍ତି । ଉପବାସରେ ରହିବାକୁ ପସନ୍ଦ କରିବେ ପଛେ ଭିଡ ମଧ୍ୟକୁ ନଜିବାପାଇଁ ସଙ୍କଳ୍ପ ବଦ୍ଧ ଥିବା କହିଛନ୍ତି । ସରକାରି ନିୟମ କାନୁନକୁ ଯୋଉଁ ମାନେ ନମାନି ସଙ୍କ୍ରମଣ ବଢ଼ାଇବାର ଉସô ପାଲଟୁଛନ୍ତି ସେମାନଙ୍କ ପ୍ରତି ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି । ଡାକ୍ତରଖାନା ପରିବେଶକୁ ସଫାସୁତରା ରଖିବା ହେଉ ଅବା କରୋନା ସଚେତନାତା କାର୍ଯ୍ୟକ୍ରମ କରି ବହୁ ପ୍ରଶଂସିତ ହୋଇଛନ୍ତି । ଏଥିପାଇଁ ସେ ସଚେତନ ନାଗରିକ ମଂଚ, କବାଟବନ୍ଧ ଗ୍ରାମ ପଂଚାୟତ, ସରୋଜିନୀ ସ୍ମୃତି ସଂସଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ସହିତ ମାନପତ୍ର ପାଇଛନ୍ତି । Report- Manas Rout
କର୍ତ୍ତବ୍ୟ ଆଗ ଜୀବନ ପଛ : ନିରନ୍ତର ସେବା ଯୋଗାଉଛନ୍ତି ଡାକ୍ତର ନିହାର
|
July 16, 2020 |