ଯାଜପୁର, ୧/୫ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅଧିକାଂଶ ମଣିଷଙ୍କ କ୍ଷେତ୍ରରେ ଜୀବନ ଯନ୍ତ୍ରଣା ସଦୃଶ ଦୁଃଖ ବୋଲି କିଛି ନ ଥାଏ ,କିନ୍ତୁ ବେଳେବେଳେ ମଣିଷ ଜୀବନରେ ଏପରି ଦୁଃଖ ଆସେ,ଯାହା ତାର ସଙ୍ଗସାଥୀମାନଙ୍କୁ ଧରି ଜୀବନକୁ ଗ୍ରାସ କରିଥାଏ ।ଏଥିରେ ମଣିଷର ଅବସ୍ଥା ସଙ୍ଗୀନ ହୋଇପଡିବା ସହ ପାରିବାରିକ ଜୀବନ ହୋଇପଡେ ଖୁବ ଯନ୍ତ୍ରଣା ଜର୍ଜରିତ। ଭାଙ୍ଗିଯାଏ ସୁନାର ସଂସାର। ଢୋକେ ପି,ଦଣ୍ଡେ ଜୀ ଅବସ୍ଥାରେ ଜୀବନ ହୋଇଥାଏ ଆଉଟୁ ପାଉଟୁ । ଦିଗହରା ହୋଇଯାଏ ତାର ବହୁ ପ୍ରତୀକ୍ଷିତ ସ୍ବପ୍ନ।ଏହାର୍ ନଗ୍ନ ଛବି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ଜେନାପୁର(ପଥରଡିହ) ଗ୍ରାମର ରବୀନ୍ଦ୍ର ରାଉତଙ୍କ(୫୦) ଠାରେ । ବୃତ୍ତିରେ ସେ ଜଣେ ଦିନ ମଜୁରିଆ।ମାର୍ବଲ କାମ କରି ଖୁବ କଷ୍ଟରେ ସେ ନିଜ ପରିବାରର ଭରଣପୋଷଣ କରିଥାନ୍ତି।କିନ୍ତୁ ଗତ ଗଣେଶ ପୂଜାଠାରୁ ଟ୍ୟୁମର ଜନିତ କର୍କଟ ରୋଗ ହୋଇଛି ବୋଲି ପରୀକ୍ଷାରୁ ଜଣାପଡିବାପରେ ତାଂକ ଜୀବନରେ ଘୋଟି ଆସିଥିଲା ଘନ ଅନ୍ଧକାର।ସେବେଠାରୁ ସେ କାମ ବନ୍ଦ କରି କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଅଦ୍ୟାବଧି ଚିକିତ୍ସିତ ହୋଇଆସୁଛନ୍ତି । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ପରିବାର କହିଲେ ସେ ଓ ତାଙ୍କର ସ୍ତ୍ରୀ,୧ ପୁଅ ଓ ୧ ଝିଅକୁ ହିଁ ବୁଝାଇଥାଏ ।ପୁଅ ଗୌରାଙ୍ଗ ୯ମ ଶ୍ରେଣୀରେ ପଢ଼ୁଥିବା ବେଳେ ଚଳିତ ବର୍ଷ ଝିଅ ମାମୁନି ଯୁକ୍ତ ୨ ୨ୟ ବର୍ଷ କଳା ପରୀକ୍ଷା ଦେଇଛନ୍ତି।ଏପରି ସ୍ଥିତିରେ ସେ କଣ କରିବେ ବୋଲି ଚିନ୍ତିତ ହୋଇ ପଡିଛନ୍ତି।ଆଶା ଥିଲା ପୁଅଝିଅଙ୍କୁ ଭଲ ପାଠ ପଢାଇ ସେ ସେମାନଙ୍କୁ ଭଲ ମଣିଷ କରାଇବେ।କିନ୍ତୁ ସବୁ ହୋଇଗଲା ଚୁର ମାର ।ଜୀବନ ବଞ୍ଚାଇବା ଅସମ୍ଭବ ହୋଇପଡିଛି ।ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ବାବଦରେ ସେ ସହାୟତା ପାଉଥିଲେ ମଧ୍ୟ ତାହା ସମୂଦ୍ରକୁ ଶଙ୍ଖେ ସଦୃଶ ବୋଲି ସେ କହିଛନ୍ତି।ଏହାବ।ଦ ସେ ବର୍ତ୍ତମାନ ବନ୍ଧୁ ଓ ପଡୋଶୀମାନଙ୍କଠାରୁ ୧ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଋଣ ଆଣି ଖର୍ଚ୍ଚ କରିସାରିଥିଲେ ମଧ୍ଯ ଚିକିତ୍ସା ପାଇଁ ଆହୁରି ଅର୍ଥର ଆବଶ୍ୟକ ପଡୁଛି। ଏ ବିଷୟରେ ଜାଣିବା ପରେ ସ୍ଥାନୀୟ ଜେନାପୁର ଉତ୍କଳମଣି ସେବା ସଂଗଠନର ସମ୍ପାଦକ ସୁଶାନ୍ତ କୁମାର ଖଟୁଆ ତାଙ୍କ ଘରେ ପହଞ୍ଚି ଆଶୁ ଅରୋଗ୍ୟ କାମନା କରିବା ସହ ସହାୟତାର ବ୍ୟବସ୍ଥା କରିଛନ୍ତି। ପରିଶେଷରେ ତାଙ୍କ ଠିକଣାରେ କିମ୍ବା ୯୦୯୦୦୨୫୬୦୪ ନଂ ରେ ସହାୟତା ରାଶି ଯୋଗାଇ ଦେବାକୁ ସେ ବଦାନ୍ୟ ବ୍ୟକ୍ତି ଓ ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ଆକୁଳ ନିବେଦନ କରିଛନ୍ତି।


Report- Kulamani Pradhan