ବାରିପଦା, ୨୨/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା) – ପୁରାଣରେ ବର୍ଣ୍ଣନା ଅନୁଯାୟୀ, ଦଧୀଚି ଅସ୍ଥି ଦାନ କରିବାରୁ ସେଥିରୁ ଇନ୍ଦ୍ର ଦେବଙ୍କ ଅମୋଘ ଅସ୍ତ୍ର ବଜ୍ର, ତିଆରି ହେଲା। ଆଉ ବଜ୍ର ଯୋଗେ ଇନ୍ଦ୍ର ରାକ୍ଷସଙ୍କୁ ନିପାତ କରି ଦେବତାଙ୍କୁ ରକ୍ଷା କଲେ । ଆଜିର ସମାଜରେ ମଧ୍ୟ ସେହି ପରମ୍ପରାର ମାନସିକତା ନେଇ ବହୁ ବ୍ୟକ୍ତି ଅଙ୍ଗଦାନ କରିବାର ନଜିର ରହିଛି । ସେଥୁ ନିମନ୍ତେ ବିଭିନ୍ନ ସଂଗଠନ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହି ଧାରାରେ ସାମିଲ ହୋଇଛନ୍ତି ମୟୂରଭଞ୍ଜ ଜିଲାର ବାରିପଦାର ୨୩ ନମ୍ବର ୱାର୍ଡ ତୁଳସୀଚଉରାନିବାସୀ ନିର୍ମଳକାନ୍ତ ବୋଷଙ୍କ ନାତୁଣୀ ସ୍ମୃତି ସପ୍ନା ମାଇତି । ସେ ଚକ୍ଷୁ ଦାନ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ନିଜର ନାମ ପଞ୍ଜିକରଣ କରିଛନ୍ତି । ସେହିପରି ନିଜର କେଶକୁ କ୍ୟାନସର ପୀଡିତାଙ୍କ ପାଇଁ ଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ନିଜର ମୁଣ୍ଡକୁ ସଂପୂର୍ଣ୍ଣ, ଲଣ୍ଡା ହୋଇ ତିନି ଫୁଟର କେଶକୁ କୋପ ଉଇଥ କ୍ୟାନସର ସଂସ୍ଥାକୁ ପଠାଇବା ପାଇଁ ସ୍ଥିର କରିଛନ୍ତି । ଏହି କାର୍ଯ୍ୟ ନିମନ୍ତେ ସେ ବାରିପଦା ସମେତ ମୟୂରଭଞ୍ଜ ଜିଲାରେ ଏକ ଚଚ୍ଚତା ଚେହେର ଭାବେ ଉଭା ହୋଇଛନ୍ତି । ତାଙ୍କୁ ମୟୂରଭଞ୍ଜ ଜିଲାର ଅଗୁଣୀ ସାମାଜିକ ସଂଗଠନ ମୟୂରଭଞ୍ଜ ଯୁବା ସମାଜର ସଦସ୍ୟସଦସ୍ୟା ତାଙ୍କ ନିକଟକୁ ଯାଇ ପୁଷ୍ପଗୁଛି ଅର୍ପଣ କରିବା ସହିତ ତାଙ୍କର ଏହିଳି ସାଧୁ ଉଦ୍ୟମ ପାଇଁ ସ୍ବାଗତ ସମୃଦ୍ଧନା ଜ୍ଞାପନ କରିଛନ୍ତି । ସମାଜରେ ନାରୀଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାର ସେ ବ୍ୟଥିତ ହୋଇ ଭବିଷ୍ୟତରେ ପୁଲିସ ଚାକିରିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଫଳରେ ସେ ନାରୀମାନଙ୍କୁ ସୁରକ୍ଷା ଦେବା ସହ ନାରୀ ନିର୍ଯାତନା ବିରୋଧରେ ଆଇନଗତଭାବେ କାର୍ଯ୍ୟ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତିି। ସ୍ମୃତି ମାଇତି ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ କଳା ଛାତ୍ରୀ ଭାବେ ଅଧୟନରତ ।ରାଜନୀତି ବିଜ୍ଞାନ, ଅର୍ଥନୀତି ସହିତ ମନସ୍ତତ୍ତ୍ବ ବିଜ୍ଞାନ ବିଷୟ ନେଇ ଅଧ୍ୟୟନ କରୁଛନ୍ତି । ଫଳରେ ସାମାଜିକ ବ୍ୟବସ୍ଥାକୁନିରୀକ୍ଷଣର ସୁଯୋଗ ପାଇଥିବାରୁ ସେହିକ୍ରମରେ ସେ ନିଜର ବଉଁମାନର କାର୍ଯ୍ୟଧାରା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ମଧ୍ୟ ନିର୍ଦ୍ଧାରଣ ପାଇଁ ଜ୍ଞାନ ହାସଲ କରୁଛନ୍ତି । ବର୍ତ୍ତମାନର ସମାଜର ମହିଳାଭାବେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟର ସୃଷ୍ଟି କରିବା ନିମନ୍ତେ ସାମାଜିକ ବ୍ୟବସ୍ଥାର ଅଳନ୍ଧୁ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରାଥମିକସ୍ତରରେ ନିଜର ଶରୀରର ଚକ୍ଷୁଦାନ ଓ କେଶ ଦାନକୁ ଗୁରୁତ୍ବ ଦେଇଥିଲେ । ଭୁବନେଶ୍ବରରେ ଥିବା ତାଙ୍କର ଜଣେ ସାଙ୍ଗର କ୍ୟାନସର ପୀଡ଼ିତା ମାଆଙ୍କର ସୌନ୍ଦର୍ଯ୍ୟଭରା ଚେହେରାରେ କେଶ ନଷ୍ଟ ହୋଇଯାଇଥିବାର ଦେଖୁ ସ୍ତୁତି କ୍ୟାନସର ପୀଡିତା ମହିଳାଙ୍କ ପାଇଁ କେଶ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହିପରି ଥରେ ରାସ୍ତାରେ ଚାଲୁଥିବା ଅନ୍ଧ ବ୍ୟକ୍ତିଙ୍କର ଚାଲିବାରେ ଅସହାୟତାକୁ ଅନୁଭବ କରି ସେ ନିଜର ଚକ୍ଷୁଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ ।
କର୍କଟ ପୀଡ଼ିତଙ୍କ ପାଇଁ କେଶ ଦାନ କଲେ ଛାତ୍ରୀ ସ୍ମୃତି ମାଇତି
|
December 22, 2020 |
