କଟକ,15/06 (ସନ୍ଧାନ ନିଉଜ) କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ) ଆନୁକୂଲ୍ୟରେ କରୋନା ସମୟରେ ଯୋଗ ଓ ଆୟୁର୍ବେଦର ଭୂମିକା ସମ୍ପର୍କରେ ଅନଲାଇନ ଆଲୋଚନା ଚକ୍ର ପତଞ୍ଜଳୀ କିଶାନ ସେଵା ସମିତି ଓଡ଼ିଶା ରାଜ୍ୟ ପ୍ରଭାରୀ ଡାକ୍ତର ସୋୟନ ପ୍ରକାଶ ଦ୍ୱେତକ ରଂଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଶାରିରୀକ ଓ ମାନସିକ ସୁସ୍ଥତା ଉପରେ ଯୋଗ ଏବଂ ଆୟୁର୍ବେଦର ଭୂମିକା,କରୋନା ରୋଗର ଲକ୍ଷଣ,ସୁରକ୍ଷିତ ରହିବାର ନିୟମାବଳୀ,ଉପଯୁକ୍ତ ଖାଦ୍ୟପେୟ, ସତର୍କତା,ବ୍ୟାୟାମ,କରଣୀୟ ଅକରଣୀୟ,କରୋନା ସଚେତନତା,କରୋନା ସମୟରେ ରୋଗୀ ସେଵା,ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବାବେଳେ ବହୁ କର୍ଯ୍ୟକର୍ତା ଅଂଶଗ୍ରହଣ କରି ଆଲୋଚନାକୁ ସଫଳ କରିବାସହ ଗ୍ରାମାଞ୍ଚଳରେ ସାଧାରଣ ଜନତାଙ୍କ ପାଖରେ ସଚେତନତାର ମହନୀୟ ବାର୍ତ୍ତା ପ୍ରଚାର କରିଚାଲିଛନ୍ତି ।
କରୋନା ସମୟରେ ଯୋଗ ଓ ଆୟୁର୍ବେଦର ଭୂମିକା ସମ୍ପର୍କରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅନଲାଇନ ଆଲୋଚନା ଚକ୍ର – ୨
|
June 15, 2021 |