ଯାଜପୁର, ୧୯/୦୪ (ସନ୍ଧାନ ନିଉଜ) କରୋନା ଲକ୍ଡାଉନ୍ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଏହ ମହାମରୀ ଜୀବାଣୁ ସଂକ୍ରମଣ ବୃଦ୍ଧି ନପାଇବାକୁ ବିଭିନ୍ନ ସଚେତନତା କାଯଁ୍ୟକରିବା ଦେଖିବାକୁ ମିଳିଛି । ଏହି ସଚେତନତା କାର୍ଯ୍ୟ କେତେକ ଅଞ୍ଚଳରେ ଅପହଞ୍ଚ ହୋଇଥିବା ବେଳେ ଏପରି ସ୍ଥାନ ମାନଙ୍କରେ କରୋନା ସଚେତନତା ପାଇଁ ବିନା ସ୍ୱାର୍ଥରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଗକୁ ଆସିଛନ୍ତି କିଛି ସ୍ୱେଚ୍ଛାସେବୀ । କୋରେଇ ବ୍ଲକ୍ ରଣପୁର ଗ୍ରାମପଞ୍ଚାୟତର ଗୋପାଳ ପୁର(ତୋରଣ୍ଡା) ବକ୍ରେଶ୍ୱର ଯୁବକ ସଙ୍ଗର କର୍ମକର୍ତ୍ତା ମାନେ ସଞ୍ଜିବ ମହାନ୍ତି(ମିଲୁ) ଙ୍କ ପ୍ରୋସôାହରେ ପଞ୍ଚାୟତ ଓ ଆଖପାଖ ଗ୍ରାମରେ ପହଞ୍ଚି ଳୋକମାନଙ୍କୁ ସଚେତନତା କରିବା ଦେଖିବାକୁ ମିଳିଛି । ଏହା ସହ କର୍ମକର୍ତ୍ତା ମାନେ ନିଜ ପକେଟ୍ ମନିରୁ ଲୋକମାନଙ୍କୁ ମାସ୍ , ସାନିଟାଇଜେସନ୍ ଓ ପରିବେସକୁ ସଫେଇ କରି ଜନସାଧାରଣଙ୍କୁ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହେବା ଦେଖିବାକୁ ମିଳିଛି ।ବକ୍ରେଶ୍ୱର ଯୁବକ ସଙ୍ଗର ଯୋଗେନ୍ଦ୍ର ବାରିକ୍,ସୁସାନ୍ତ ସେଖର ନାୟକ,ଗୟାଧର ନାୟକ,ପ୍ରସାନ୍ତରାଉତ,ସୁଧାସୁଂଶେଖର ନାୟକ,ବିକାସ ସତପଥି ପ୍ରମୁଖ ଗ୍ରାମପଞ୍ଚାୟତର ଅଧିକାଂଶ ଗା୍ରମରେ ପହଞ୍ଚି ସଚେତନତା କରିଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର କରୋନା ସଚେତନତା ପାଇଁ ସମସ୍ତ ପଞ୍ଚାୟତ ମାନଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେଉଥିବା ବେଳେ ଉକ୍ତ ଅଞ୍ଚଳରେ ବକ୍ରେଶ୍ୱର ଯୁବକ ସଙ୍ଗ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା ଚର୍ଚ୍ଚା ବିଷୟ ପାଲଟିଛି ।
କରୋନା ସଚେତନତା ପାଇଁ ଆଗକୁ ଆସିଲେ ବକ୍ରେଶ୍ୱର ଯୁବକ ସଙ୍ଘ
|
April 19, 2020 |
