କଟକ, ୨୫/୦୪ (ସନ୍ଧାନ ନିଉଜ) : କଟକ ଜିଲ୍ଲା ନିଆଳି ସଡାଶଂ ଅଂଚଳରେ ଷଣ୍ଢ ଆତଙ୍କ । ଦୀର୍ଘ ୪ଦିନ ଧରି ଏକ ଷଣ୍ଡ ନିଆଳିବାସୀଙ୍କୁ ନାକେଦମ୍ କଲାଣି । ଏପରିକି ଷଣ୍ଢ ଆକ୍ରମଣରେ ୭ଜଣ ଆହତ ହୋଇ ଚିକିତ୍ସିତ ହେଉଥିବାବେଳେ ଷଣ୍ଢକୁ କାବୁ କରିବାକୁ ସ୍ଥାନୀୟ ଲୋକ ପ୍ରଶାସନ ପାଖରେ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ପରେ ନିଆଳି ପ୍ରଶାସନ ପକ୍ଷରୁ ଷଣ୍ଢକୁ କାବୁ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ତହସିଲଦାର, ଥାନା ଅଧିକାରୀ, ବନବିଭାଗ ଅଧିକାରୀ ,ଅଗ୍ନିଶମ ବିଭାଗର କର୍ମଚାରୀ ,ପ୍ରାଣୀଚିକିତ୍ସକ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଏପରିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଟ୍ରାଙ୍କୁଲାଇଜର ଏକ୍ସପର୍ଟ ରାମଚନ୍ଦ୍ର କାଣ୍ଡିକୁ ଡକାଯାଇ ଆଜି ଷଣ୍ଡିଟିକୁ କାବୁ କରିବା ପାଇଁ ଉଦ୍ୟମ କରିଥିଲା ପ୍ରଶାସନ । ନାକେଦମ୍ ହେବା ପରେ ଶେଷରେ ଷଣ୍ଢଟି କାବୁକୁ ଆସିଥିବା ଜଣାପଡ଼ିଛି ।
କରୋନା ସଙ୍କଟ ଭିତରେ ନିଆଳିରେ ଷଣ୍ଢ ଆତଙ୍କ
|
April 25, 2020 |
