ଯାଜପୁର, ୦୫/୦୫/୨୦ (ସନ୍ଧାନ ନିଉଜ) : ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ ଳୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଦେଖିବାକୁ ମିଳିଛି । ଏପରି କ୍ଷେତ୍ରରେ ଜିଲ୍ଲାରେ ଅଧିକାଂଶ ବ୍ୟାଙ୍କ ମାନଙ୍କରେ ସାଧାରଣ ଲୋକମାନଙ୍କ ଭିଡ କରୋନା ସଂକ୍ରମଣକୁ ନିମନ୍ତ୍ରଣ କରିବା ଦେଖିବାକୁ ମିଳିଛି । କରୋନା ଲକ୍ଡାଉନ୍ ସମୟରେ କେନ୍ଦ୍ର ସରକାର ଦେଶର ଜନଧନ ଏକାଉଣ୍ଟରେ ୫୦୦ ଟଙ୍କା ଓ ଉଜଳା ଗ୍ୟାସ୍ ଏକାଣ୍ଟରେ ୮୦୦ ଟଙ୍କା ଏକାଣ୍ଟ ହୋଲଡର୍ ଙ୍କୁ ଏକ ପ୍ରକାର ପାଗଳ କରିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ରେ କରୋନା ଭାଇରସ୍ ସଂକ୍ରମଣ ନହେବାକୁ ସରକାରଙ୍କ ପକ୍ଷରୁ କଟକଣା ଥିଲେ ମଧ୍ୟ ଲୋକମାନେ ଏହାକୁ ଖାତିର ନକରି ଶହ ଶହ ସଂଖ୍ୟାରେ ଏକତ୍ରିତ ହେବା ଅଞ୍ଚଳ ବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସୁଚନାଯୋଗ୍ୟ- ଜିଲ୍ଲାର କୋରଇ ବ୍ଲକ୍ ମୁକୁନ୍ଦପୁର ଗ୍ରାମପଞ୍ଚାୟତରେ ପଶଚିମବଙ୍ଗ ୬ ଜଣ ଫେରନ୍ତାଙ୍କ ମଧ୍ୟରୁ ଜଣଙ୍କୁ କରୋନା ସଂକ୍ରମଣ ଥିବା ଚିହ୍ନଟ ହେବା ପରେ ସଂପୃକ୍ତ ସଂକ୍ରମିତଙ୍କୁ ଡୁବୁରି ଟାଟା କରୋନା ମେଡିକାଲରେ ଆଡମିସନ କରି ଅନ୍ୟମାନଙ୍କୁ ସଙ୍ଗରୋଦରେ ରଖାଯାଇଛି । ଉକ୍ତ ଅଞ୍ଚଳର ର ୩ଟି ସ୍ଥାନକୁ କ୍ୟାଣ୍ଟନମେଣ୍ଟ ଜୋନ କରାଯାଇ ଆଖ ପାଖ ପଞ୍ଚାୟତରେ କରୋନା କଟକଣା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଏବଂ ସରକାରଙ୍କ ପକ୍ଷରୁ ଉକ୍ତ ଅଞ୍ଚଳ ଗୁଡିକରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି । କିନ୍ତୁ ଏହି ନିୟମକୁ ବୈତରଣୀ ରୋଡ ବଜାରରେ ମାନୁ ନାହାଁନ୍ତି କିଛି ବ୍ୟାଙ୍କ ଏକାଣ୍ଟ ଧାରୀ ଓ ବ୍ୟବସୟୀ । ଏକାଣ୍ଟ ଧାରୀ ମାନେ ସାମାଜିକ ଦୁରତ୍ୱକୁ ପାଳନ ନକରି ବ୍ୟାଙ୍କ ସମ୍ମୁଖରେ ସଂଖ୍ୟାଧିକ ଲୋକ ମାନେ ଏକତ୍ରିତ ହେଉଥିବା ବେଳେ ବ୍ୟବସାୟୀ ମାନେ ମାଦକୀୟ ଦ୍ରବ୍ୟ ଠାରୁ ଆରମ୍ଭ କରି ଖାଉଟି ମାନଙ୍କର ନିତ୍ୟାବଶ୍ୟକ ସାମଗ୍ରକୁ ଚଢା ମୂଲ୍ୟରେ ବିକ୍ରି କରି ବଜାରରେ ଲୋକମାନଙ୍କ ଗହଳି କରିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କଳାବଜାରି ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଭ୍ରହଣ କରିବା ସହ ଏକତ୍ରିତ ହେଉଥିବା ଲୋକ ମାନଙ୍କୁ ନିୟମ ପାଳନ କରିବାକୁ ଦଣ୍ଡବିଧାନ କରିବାକୁ ଅଞ୍ଚଳ ପକ୍ଷରୁ ଜନସାଧାରଣ ଦାବି କରିଛନ୍ତି ।
କରୋନା ସଂକ୍ରମଣ ସମୟରେ ଉଜଳା ଓ ଜନଧନ ଟଙ୍କା ସାଧାରଣ ଲୋକମନଙ୍କୁ ପାଗଳ କରିଛି !
|
May 5, 2020 |
![](https://sandhannews.com/wp-content/uploads/2018/10/sandhan-222.jpg)