ଗଞ୍ଜାମ,୧୩/୦୪ (ସନ୍ଧାନ ନିୟୁଜ) : ଆଜି ପବିତ୍ର ମେରୁ ସଂକ୍ରାନ୍ତି। ଦଣ୍ଡୁଆମାନେ ମେରୁ ଭାଙ୍ଗିବାର ଦିନ। କିନ୍ତୁ କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ମେରୁ ଯାତ୍ରା ଉପରେ ରୋକ ଲଗାଯାଇଛି। ଏହାର ଅବମାନନା ହେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାସ୍ତରୀୟ ପଦାଧିକାରୀଙ୍କ ବୈଠକରେ ସ୍ପଷ୍ଟ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ବିଧି ମୁତାବକ ପୂଜକ ମନ୍ଦିରରେ କାର୍ୟ୍ୟ ତୁଲାଇବେ। କୌଣସି ବାହାର ବ୍ୟକ୍ତି ଏଥିରେ ସାମିଲ ହେବେ ନାହିଁ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ‘ମେରୁ’ ଯାତ୍ରାରେ କଟକଣା
|
April 13, 2020 |



