କରେନା ଏକ ମହାମାରୀ ରୋଗ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଘଠନ ଦ୍ୱାରା ଘୋଷଣା ହେବା ପରେ ଏହାକୁ ନେଇ ସାରାବିଶରେ ଏକ ପ୍ରକାରର ଭୟର ବାତାବରଣ ଦେଖାଦେଇଛି । ଏପରକି ଏହାକୁ ନେଇ ମାନବ ସମାଜର ଅସ୍ଥିତ୍ୱ ଉପରେ ଏକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସମୟରେ ସରକାର ଏହାକୁ ମୁକାବିଲା କରିବା ଦିଗରେ ନିଜର ସମସ୍ତ ପ୍ରୟାସ ଆରମ୍ଭ କରିଛନ୍ତି । ମାତ୍ର କିଛି ଅନୁଷ୍ଠାନ, ରାଜନେତା ଏବଂ ଗଣମାଧ୍ୟମ ସଂସ୍ଥାମାନେ ମଧ୍ୟ ନିଜର ସ୍ୱଳ୍ପସ୍ୱାର୍ଥ ପୂରଣ ନିମିତ୍ତ ଏହାର ଫାଇଦା ନେବାକୁ ଚଳାଇଛନ୍ତି ପ୍ରୟାସ । ଏଥିରୁ ବଳି ଯାଇଛି ‘କରୋନା ଯାଦ୍ଧା ସମ୍ମାନ ୨୦୨୦’ । ଅର୍ଥତା ପରିସ୍ଥିତ ଏଭଳି ହେଲାଣି ରାଜ୍ୟରେ ଯେତିକି କରୋନା ରୋଗୀ ଆକ୍ରାନ୍ତ ହୋଇଛନ୍ତି ତାହାର କେତେ ଗୁଣ ଅଧିକା କରୋନା ଯୋଦ୍ଧା ସମ୍ମାନ ପତ୍ର କରି ବଂଟା ସାରିଲାଣି । ଅନ୍ୟପଟରେ କେତକ ନୀଚ ବ୍ୟକ୍ତିବିଶେଷ ଦୁଇଧାଡି ଲେଖି ଆସୁନଥିବା ବେଳେ କୋରନା ମାନପତ୍ର ଧରି ଘର ଘର ବୁଲି ବେକରେ ଗାମୁଛା ପକାଇ ଏକ ଭୂଲ ଭାଲ ଲିଖିତ ମାନପତ୍ର ଧରାଇ ମାନପତ୍ର ପିଛା ୧୦୦୦ କି ୨୦୦୦ ଟଙ୍କା ଆଦାୟ କରିବାରେ ବ୍ୟସ୍ତ ରହୁଛନ୍ତି । ନିକଟରେ ଏକ ଗଣମାଧ୍ୟମ ସଂସ୍ଥା ଏବଂ ସଂଘ ନାମରେ ସହିତ କିଛିଟା କ୍ଲବ ଏବଂ ଏନଜିଓ ମାନେ କିଛି କାମ ନକରି ଘରେ ବସି ରହି ଏକ ମାନପତ୍ର ପ୍ରସ୍ତୁତ କରି ତାହାକୁ ସାମଜିକ ଗଣମାଧ୍ୟମରେ ଛାଡିବାରେ ବ୍ୟସ୍ତ ରହୁଛନ୍ତି । ଯଦି ଏତିକି ଖର୍ଚ୍ଚ କୌଣସି ଗରିବ ଲୋକପାଇଁ ଖର୍ଚ୍ଚ କରିଥାନ୍ତେ ତେବେ ହୁଏତ ସେମାନେ ବି ଏହି ମହାମାରୀ ସମୟରେ ଗୁ୍ଣ୍ଡୁଚିମୁଷାଟିଏ ହୋଇପାରିଥାନ୍ତେ ମାତ୍ର; ସେମାନେ ତାହା ନକରି ଏହି ସମୟରେ କିଭଳି ଦୁଇପଇସା ରୋଜଗାର କରିହେବ ତାହାକୁ ନେଇ ନିଜର ଖଳ ବୁଦ୍ଧିକୁ ଲଗାଇବାରେ ବ୍ୟସ୍ତ । ଏପରକି ଅନେକ ସାମ୍ବାଦିକ କମ ଠିକାଦାର ମାନେ ନିଜେ କୌଣସି ଦିନ ସମାଜପାଇଁ ଦୁଇଧାରି ଲେଖନ୍ତୁ କି ନଲେଖନ୍ତୁ ବରଂ କୌଣସି ଏକ ଗଣମାଧ୍ୟମ ସଂସ୍ଥାରୁ କିଛି ଟଙ୍କା ଦେଇ ଗଣମାଧ୍ୟମ ବ୍ୟକ୍ତି ବୋଲାଇ ନିଜ ପାଇଁ ଏଭଳି ପ୍ରମାଣପତ୍ର, ମାନପତ୍ର ଯୋଗାଡରେ ବ୍ୟସ୍ତ ରହୁଛନ୍ତି । ବାସ୍ତବରେ କରୋନା ପାଇଁ ରାଜ୍ୟ ସରକାର କେତକ ଗାଇଡ ଲାଇନ ପ୍ରକାଶ କରିବା ପରେ ଏଥିରେ ନିଜକୁ କର୍ମକ୍ଷେତ୍ରରେ ବାନ୍ଧି ରଖିବା ତଥା ମହାମାରୀ କବଳରୁ ମାନସ ସମାଜକୁ ଉଦ୍ଧାର କରିବାକୁ ଦିନରାତି ଏକ କରିଦେଇଥିବା ସରକାରୀ କର୍ମଚାରୀ ଏବଂ ବେସରକାରୀ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରି ସେମାନଙ୍କୁ ପ୍ରୋସôାହନ କରିବା ପାଇଁ ଏଭଳି ଘୋଷଣା କରିଥିଲେ । ମାତ୍ର ଏହାକୁ ନେଇ ଏବେ ଯିଏ ଯାହାବି କରୁ କୋରନା ଯୋଦ୍ଧା ସମ୍ମାନ କାହାଠାରୁ ମାନପତ୍ରଟିଏ ଗ୍ରହଣ କରିଦେଇ ତାହାକୁ ଅନ୍ୟମାନଙ୍କୁ ପଠାଇଦେଇ ବେଶ ମିଛ ପ୍ରଂଶସା ସାଉଁଟିବା ସହିତ ବାହା ବାହା ନେଉଛନ୍ତି । ମାତ୍ର ବାସ୍ତବରେ ସେବା ଯୋଗାଉଥିବା ଅନୁଷ୍ଠାନ ମାନେ କେବେ ଏସବୁରୁ ଫଛରେ ନଗୋଡାଇ ଯଥା ସମ୍ଭବ ସେବା ଯୋଗାଇବାରେ ଲାଗିଛନ୍ତି । ମାତ୍ର ଏହାକୁ ଆଳ କରି କିଛି ଖଳ ଲୋକ ବାହା ବାହା ନେବା ସହିତ ଲୋକସମାଜକୁ ଭ୍ରମିତ କରିବାରେ ଲାଗିଛନ୍ତି । ଆଉ କିଛି ଅନୁଷ୍ଠାନ ମଧ୍ୟ ନିଜକୁ ଏଥିରେ ସାମିଲ କରିଥିବା ଏଭଳି ମାତ୍ରରେ ଦେଖଉଛି ଯେ ସତେ ଯେମିତି ଏଥର ତାଙ୍କୁ ଭାରତ ରତ୍ନ ଦିଆଯିବା ଉଚ୍ଚିତ ବୋଲି ଦାବି କରିବାରେ ଲାଗିପଡିଛନ୍ତି । ଖାଲି ସେତିକି ନୁହେଁ ବରଂ କିଛି ଲୋକଙ୍କ ପାଖରେ ପଂହଚି ସେମାନଙ୍କୁ ଠାରୁ ଜୋର ଦବରଦସ୍ତ ଟଙ୍କା ଗୋଟାଇବାରେ ଫଛ ଘୁଂଚା ଦେଉନାହାନ୍ତି । ଏମାନଙ୍କୁ ସମାଜ ସିଧାସଳକ ନିନ୍ଦା କରୁନଥିବାରୁ ଏମାନଙ୍କ ସଂଖ୍ୟା ଏବେ ଧିରେ ଧିରେ ସମାଜରେ ବଢ଼ିବା ସହିତ ସମାଜରେ ଏକ ବ୍ୟଧିରୂପେ ଉଭା ହୋଇଛି । ଏହାଦ୍ୱାରା ସମାଜରେ ଏକପ୍ରକାରର ସେବା ଯୋଗାଉଥିବା ସେହି ବ୍ୟକ୍ତିବିଶେଷଙ୍କ ପାଇଁ ଉପାହସ ସଦୃଶ୍ୟ ହୋଇଛି । ଅନେକ ଗଣମାଧ୍ୟମ ବ୍ୟକ୍ତି ଏବଂ ପ୍ରତିନିଧି ମାନେ ଏହି ସମୟରେ ସାଧରଣ ଲୋକଙ୍କ ସ୍ୱର ଭାବେ ଉଭା ହୋଇଥିଲେ ମଧ୍ୟ ଆଜି ପ୍ରର୍ଯ୍ୟନ୍ତ ସେମାନଙ୍କୁ କେହି ଗୋଟିଏ ପ୍ରମାଣପତ୍ର ଦେବାରେ ନଜର ରହୁନଥିବା ବେଳେ ଅନେକ ସମାଜିକ ବ୍ୟକ୍ତି ଅନୁଷ୍ଠାନ ମାନେ ନିଷ୍ଠାପର ଭାବେ ସମାଜ ପାଇଁ ଭୋକିଲା ଲୋକଙ୍କ ଖାଦ୍ୟ ଦେବା ସହିତ ଗରିବ ଏବଂ ଅସହାୟ ଲୋକଙ୍କୁ ପାଖରେ ଛିଡା ହୋଇଥିଲେ । ଏମାନେ ମଧ୍ୟ କେବେବି ନିଜ ପାଇଁ ପ୍ରମାଣପତ୍ର ମାଗିନାହାନ୍ତି । କେତକ ସ୍ୱାଭିମାନ ବ୍ୟକ୍ତିମାନେ ପ୍ରମାଣପତ୍ର ମିଳୁଥିଲେ ମଧ୍ୟ ତାହା ଗ୍ରହଣ କରିବାକୁ ଯାଇନାହାନ୍ତି । ମାତ୍ର ଏଥିରୁ ବାହାରି ଯେଉଁମାନେ କିଛି କରୁନାହାନ୍ତି ସେମାନେ ସମାଜ ପାଇଁ ବଡ ଧରଣ କ୍ଷତି କରିବାକୁ ଚଳାଇଛନ୍ତି ଷଡଯନ୍ତ୍ର । ଅନ୍ୟପଟରେ ସ୍ୱାସ୍ଥ୍ୟ ବିଭିଗା ଅନେକ ଡାକ୍ତର, ଫ୍ରାମାଷିଷ୍ଟ, ସହିତ ଅନ୍ୟ କର୍ମଚାରୀ, ପୋଲିସ, ଗଣମାଧ୍ୟମ ସଂସ୍ଥା କାର୍ଯ୍ୟ କରିଆସୁଛନ୍ତି । ଏମାନେ ନିଜ କର୍ମରେ ଏତେମାତ୍ରରେ ଜଡିତ ହୋଇଯାଇଛିନ୍ତି ଯେ ଏଭଳି କଥା ସେମାନଙ୍କ ବାହାରେ । ତେଣୁ ସେମାନେ କୋରନା ଯୋଦ୍ଧା ହୋଇବି ସେମାନଙ୍କୁ ଲୋକମାନେ ଜାଣିପାରୁନାହାନ୍ତି । ମାତ୍ର ଏଭଳି ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଲୋକମାନେ ହୁଏତ ଆଗମୀ ଦିନରେ ନିଜ କାର୍ଯ୍ୟରୁ ବିଚୁ୍ୟତ ହୋଇପାରନ୍ତି । ଏପରକି କିଛି ଅଣପଞ୍ଜିକୃତ ସଂସ୍ଥା ମଧ୍ୟ କରୋନା ଯୋଦ୍ଧା ସମ୍ମାନ ପତ୍ର ବାଂଟିବାରେ ବ୍ୟସ୍ତ ରହିଛନ୍ତି । ତେଣୁ ଏଭଳି ସଂସ୍ଥାଠାରୁ ପ୍ରମାଣପତ୍ର ଖଣ୍ଡିଏ ସାଜା କାଗଜ ସହିତ ସମାନ । ସେହିପରି କିଛି ମୁର୍ଖଲୋକମାନେ ମାନପତ୍ର ଲେଖିବା ନଜାଣି ସେଥିରେ ମନଇଚ୍ଛା ଲେଖି ଲୋକଙ୍କୁ ବାଂଟିଛନ୍ତି । ଆଉ ଏହାକୁ ଥରେବି ନପଢ଼ି ଲୋକମାନେ ଗ୍ରହଣ କରିବା ସହିତ ଏହାକୁ ଲୋକମାନଙ୍କୁ ଦେଖାଇ ହେଉଛନ୍ତି । ଏହି ବ୍ୟକ୍ତିମାନେ ଯେଉଁମାନଙ୍କୁ ଅତିଥି ଭାବେ ଡାକି ସେଥିରେ ସେମାନଙ୍କ ଦସ୍ତଖତ କରୁଛନ୍ତି ସେମାନେ ମଧ୍ୟ ଏଭଳି ଅମୂଳ ଚୂଳ ଭୂଲ ମାନପତ୍ରକୁ ନପଢ଼ି ସେଥିରେ ନିଜର ହାତକାଟି ଦସ୍ତଖତଟିଏ କରିଦେଉଛନ୍ତି । ତେବେ ଏଥିରେ ଓଡିଆ ଭାଷସାହିତ୍ୟ ପ୍ରତି ଉପାହାସ ହେଉଛି । ଏମାନଙ୍କ ଉପରେ ରାଜ୍ୟ ସରକାର ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି ।
ମାନସ କୁମାର ରାଉତ
ସମ୍ପାଦକ ଆମ ଐତିହ ମୋ-୯୪୩୭୮୧୯୭୩୫