କରୋନା ଯୁଦ୍ଧରେ ଯୋଦ୍ଧା ସାଜିଲେ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାଶ

Spread the love

ଯାଜପୁର/ଜେନାପୁର, ୨୯/୦୪ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ)  ସୁଶାନ୍ତ କୁମାର ଦାଶ ସେ ଜଣେ ଅଳ୍ପଭାଷୀ, ମିଷ୍ଟଭାଷୀ ଓ ଦରଦୀ ହୃଦୟ ର ମଣିଷ। ଅମାନିଆ ଙ୍କ ପାଇଁ କଠୋର ଓ ସାଧାରଣ ଲୋକଙ୍କ ପାଇଁ ବନ୍ଧୁ ଠାରୁ ଅଧିକ। ଅତି ସାଧାରଣ ଓ ସରଳ ତାଙ୍କ ଜୀବନ ଶୈଳୀ। ପରିବାର ଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଜଣେ କର୍ତବ୍ୟନିଷ୍ଠ ଅଫିସର୍ । ଏବେ ଯାଜପୁର ଜିଲ୍ଲାର ଜେନାପୁର ଥାନାରେ ଥାନାଧିକାରୀ ରୂପେ କାର୍ଯ୍ୟରତ ସୁଶାନ୍ତ ଦାଶଙ୍କ ବିଷୟରେ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ। ଆଜି ସମଗ୍ର ବିଶ୍ବରେ କରୋନା ମହାମାରୀ କବଳରୁ ନିଜକୁ ରକ୍ଷା କରିବା ପାଇଁ ସଂଘର୍ଷ କରୁଥିବା ବେଳେ ଜେନାପୁର ଅଞ୍ଚଳ ପାଇଁ ରକ୍ଷା କବଚ ସାଜିଛନ୍ତି । ଲୋକଙ୍କ ସେବା ପାଇଁ ଦିନରାତି ଏକ କରି ଦେଇଛନ୍ତି। ଲକ୍ ଡାଉନ୍ ସମୟରେ ଯେପରି ସାଧାରଣ ଲୋକମାନେ ଅସୁବିଧା ର ସମ୍ମୁଖୀନ ନହେବେ ସେଥିପ୍ରତି ଯଥେଷ୍ଟ ଯତ୍ନବାନ ସେ। ଅନାହାର ରେ ରହୁଥିବା ଗରିବ ପରିବାର ଟିଏ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ଠାରୁ ଆରମ୍ଭ କରି ଯେକୌଣସି ଅସୁବିଧା ସମୟରେ ସେ ତୁରନ୍ତ ପହଞ୍ଚି ଯାଆନ୍ତି। ଏଭଳି ଜଣେ ଦାୟିତ୍ବବାନ୍, ସଚ୍ଚୋଟ୍ ଓ କର୍ମନିଷ୍ଠ ଅଧିକାରୀ ଙ୍କୁ ପାଇ ଆଜି ଜେନାପୁର ଅଞ୍ଚଳ ବାସୀ ଗର୍ବିତ।|

Related Posts

About The Author

Add Comment