ନୂଆଦିଲ୍ଲୀ, ୨୬/୦୩ (ସନ୍ଧାନ ନିୟୁଜ) : କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ନିକଟରେ କରୋନା ଭୂତାଣୁ ସମ୍ପର୍କରେ ସୂଚନା ଦେଇ ସଚେତନ କରିବାକୁ ସରକାର ନେଇଛନ୍ତି ଅନେକ ପଦକ୍ଷେପ। ବୁଧବାର କେନ୍ଦ୍ର ସରକାର ଏକ ୱେବସାଇଟ୍ ଉନ୍ମୋଚନ କରିଛନ୍ତି। ଲୋଡିଛନ୍ତି ସାଧାରଣ ଲୋକଙ୍କ ସହଯୋଗ। ଯେଉଁମାନେ ଆଗ୍ରହୀ ସେମାନେ https://self4society.mygov.in/ volunteer/ ୱେବସାଇଟ୍ ମାଧ୍ୟମରେ କରୋନା ଭାଇରସ ବିରୋଧୀ ଲଢେଇରେ ସାମିଲ ହୋଇପାରିବେ। ଏହି ସମୟ ସ୍ଵେଚ୍ଛାସେବୀ ହେବାକୁ ସରକାର ଲୋକମାନଙ୍କୁ ନିବେଦନ କରିଛନ୍ତି। ଜଣେ ବ୍ୟକ୍ତି, କମ୍ପାନୀ କିମ୍ବା କୌଣସି ପ୍ରକାରର ଗୋଷ୍ଠୀ ଏହି ସଂଗ୍ରାମରେ ଅଂଶଗ୍ରହଣ କରିପାରିବେ।
କରୋନା ମୁକାବିଲା : ସ୍ଵେଚ୍ଛାସେବୀ ପାଇଁ ଆଗ୍ରହୀ ଥିଲେ ଆବେଦନ କରନ୍ତୁ
|
March 26, 2020 |