କରୋନା ଟିକା ନେଇ ବୃଦ୍ଧାଙ୍କ ମୃତ୍ୟୁ, ଡାକ୍ତରଖାନାରେ ହଙ୍ଗମା

Spread the love

ଯାଜପୁର, ୦୭/୦୩ (ସନ୍ଧାନ ନିୟୁଜ) ୨୦୧୯ରେ ସାରା ବିଶ୍ୱକୁ କରୋନା ଭଳି ଭୟଙ୍କର ରୋଗ ଗ୍ରାମସ କରିଥିବା ବେଳେ ଏଥିରେ ବହୁ ଲୋକ ମୃତ ବରଣ କରିଥିଲେ । ଅନେକ ମଧ୍ୟ ପୀଡିତ ହୋଇଥିଲେ । ଏପ୍ରର୍ଯ୍ୟନ୍ତ ତାହାର ପ୍ରକୋପ ବାହାରିନଥିବା ବେଳେ ଲୋକମାନେ ଟିିକା ପାଇଁ ଚାତକ ଭଳି ଅନେଇ ରହିଥିଲା । ଦୀର୍ଘ ୧ବର୍ଷ ପରେ ଯଦିଓ ଟିକା ବାହାରିଥିଲା ତେବେ ଟିକାର ଯଦିଓ ଫଳଫଦ୍ର ହୋଇଥିବା ସରକାର କହୁଥିବା ବେଳେ କେତକ କ୍ଷେତ୍ରରେ ଟିକା ଓଲଟା ଫଳ ଦେଇଥିବା ଦେଖିବାକୁ ମିଳିଛି । ଯଦିଓ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗ୍ରହଣ କରିବା ପାଇଁ ସର୍ତକତା ଜାରି କରିଥିଲା ତଥାପି ଏହା କାର୍ଯ୍ୟରେ ଲାଗିନାହିଁ । ଫଳରେ ଆଜି ବିଳମ୍ବିତ ରାତିରେ କୋଭଡି ଟିକା ନେଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଧାନମଣ୍ଡଳ ଗ୍ରାମର ଜୌସ୍ନା ରାଣୀ ଦାଶ(୬୦) ଗତକାଲି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରୁ କରୋନା ଟିକା ନେଇଥିଲେ । ରାତିରେ ତାଙ୍କର ଦେହ ଅସ୍ଥୁସ୍ଥ ହୋଇଥିବା ବେଳେ ତୁରନ୍ତ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ଆଜି ତାଙ୍କର ଦେହ ଅଧିକ ଖରାପ ହୋଯାଇଥିଲା ଫଳରେ ତାଙ୍କୁ ଅକ୍ସିଜେନ ଦିଆଯାଇଥିଲା । ହେଲା ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏହାପରେ ପରିବାର ଲୋକେ ଡାକ୍ତରଖାନାରେ କିଛି ସମୟ ପାଇଁ ହଙ୍ଗାମ ସୃଷ୍ଟି କରିଥିଲେ ।

Related Posts

About The Author

Add Comment