କରଞ୍ଜିଆ ରେ ହାତୀ ଆତଙ୍କ, ଜଣଙ୍କୁ ଦଳିଦେଲାଦନ୍ତା

Spread the love

ରାଇରଙ୍ଗପୁର-୪/୨୨୦୨୨(ସନ୍ଧାନ ନ୍ୟୁଜ୍)ପରେଶ୍ଚନ୍ଦ୍ର ଷଡ଼ଙ୍ଗୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣୀ ରେଞ୍ଜର ଦରି ସେକ୍ସରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ମୃତକ ଜଣକ ହେଲେ ଦରି ଗ୍ରାମ ନାୟକ ସାହିର ଗୈାତମ ନାୟକ (୫୫)ବନବିଭାଗ ପକ୍ଷରୁ ସୂଚନା ମିଳିଛି।ବର୍ଷତମାମ କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ଜାରି ରହିଥିବାବେଳେ ବୁଧବାର ବିଳମ୍ବିତ ରାତିରେ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା କାର୍ଯ୍ୟ ଜାରି ରହିଥିଲା ସେହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବ୍ୟକ୍ତି ଜଣକ।ବନବିଭାଗ ପକ୍ଷରୁ ଗୈାତମଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ମୃତକଙ୍କ ପରିବାରକୁ ଯଥାସିଘ୍ର କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ଦୁଧିଆଣି ରେଞ୍ଜର କହିଛନ୍ତି।

Related Posts

About The Author

Add Comment