କରଞ୍ଜିଆ ବାରର ଅନ୍ତରୀଣ କମିଟିକୁ ପରିବର୍ତ୍ତନ ଅଥବା ଫଇସଲା ପାଇଁ ରାଜ୍ୟ ବାର କାଉନସିକୁ ହାଇକୋର୍ଟ ନିର୍ଦ୍ଦେଶ

Spread the love

ବାରିପଦା ୧୫/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୋଭିଡ-୧୯ କଟକଣା ହେତୁ ଗତ ଓ  ମାର୍ଚ୍ଚ ୨୮ ତାରିଖରେ ରାଜ୍ୟରେ ବାରଗୁଡିକର ନିର୍ବାଚନ ହୋଇନପାରିବା କାରଣରୁ ବାର କାଉନସିଲ ଅଫ ଇଣ୍ଡିଆର  ଗାଇଡ଼ଲାଇନ ଅନୁଯାୟୀ ବାରର ଅଭିଜ୍ଞତାସମ୍ପନ୍ନ ବ୍ୟକ୍ତିଙ୍କୁ ନେଇ  ଏକ ଅନ୍ତରୀଣ କମିଟି ଗଠନ ପାଇଁ ରାଜ୍ୟ ବାର କାଉନସିଲ ଗତ ମେ ମାସରେ ମାର୍ଗଦର୍ଶିକା ଜାରି କରିଛନ୍ତି । ରାଜ୍ୟ ବାର କାଉନସିଲ ମାର୍ଗଦର୍ଶିକାର ୩ୟ ଅନୁଚ୍ଛେଦ ଅନୁଯାୟୀ କରଞ୍ଜିଆ ବାରର ସଦସ୍ୟଙ୍କ ସଂଖ୍ୟା ୧୦୧ରୁ ଉର୍ଦ୍ଧ୍ବ ଥିବା ହେତୁ ପୂର୍ବତନ କ ସଭାପତିଙ୍କ ମଧ୍ୟରୁ ୨ ଜଣ ଓ ପୂର୍ବତନ ସମ୍ପାଦକଙ୍କ ମଧ୍ୟରୁ ୩ । ଜଣଙ୍କୁ ନେଇ ଅନ୍ତରୀଣ କମିଟି ମେ ୨୦ ତାରିଖ ସୁଦ୍ଧା ଗଠନ ପାଇଁ କରଞ୍ଜିଆ ବାରର ନିର୍ବାଚନ ଅଧୁକାରୀ ବିଜ୍ଞପ୍ତି ପ୍ରକାଶ କଲେ । ମେ ୧୨ ତାରିଖରେ କମିଟି ଗଠନ ପାଇଁ ସମସ୍ତ ସଦସ୍ୟଙ୍କୁ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କଲେ ଓ ଉକ୍ତ । ବିଜ୍ଞପ୍ତିର ନକଲ ବାରର ସମ୍ପାଦକଙ୍କ ନିକଟକୁ ୧୫ ତାରିଖରେ ପଠାଯିବା ସହ ଉକ୍ତ ଦିନ ସୁଦ୍ଧା ପୂର୍ବତନ ସଭାପତି ଓ ସମ୍ପାଦକଙ୍କ – ତାଲିକା ପ୍ରଦାନ ପାଇଁ ପରାମର୍ଶ ଦିଆଗଲା । ତାଲିକା ପ୍ରଦାନ ପାଇଁ ସମ୍ପାଦକ ସମୟ ମାଗିବାରେ ନିର୍ବାଚନ ଅଧୁକାରୀ ଏହାକୁ ଅଗ୍ରାହ୍ୟ କରିବା ସହ ଅନ୍ତରୀଣ କମିଟି ପାଇଁ ନିର୍ବାଚନ କରାଇବା ପରେ ବାରର ବୟୋଜ୍ୟେଷ୍ଠ ସଦସ୍ୟ ନବ କିଶୋର ପଣ୍ଡାଙ୍କୁ । ଅଧ୍ୟକ୍ଷ ଭାବେ ଘୋଷଣା କଲେ ପର୍ଯ୍ୟାୟ କ୍ରମେ କମିଟିର ଉପାଧିକ୍ଷ, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧକ୍ଷ ମନୋନୀତ ହୋଇଥିଲେ । ରାଜ୍ୟ ବାର କାଉନସିଲର ମାର୍ଗଦର୍ଶିକାକୁ ବିରୋଧାଚରଣ ପୂର୍ବକ ନିର୍ବାଚନ ଅଧୁକାରୀ ଅନ୍ତରୀଣ କମିଟି ଗଠନ ପାଇଁ ୨୦୧୯-୨୦ ବର୍ଷର କାର୍ଯ୍ୟନିର୍ବାହୀ ସଦସ୍ୟମାନଙ୍କୁ ବିଜ୍ଞପ୍ତି ଜାରି କରିବା ପରିବର୍ତ୍ତେ ବାରର ସମସ୍ତ ସଦସ୍ୟମାନଙ୍କୁ ବିଜ୍ଞପ୍ତି କରିବା ଓ ନିଜ ଇଚ୍ଛା ମୁତାବକ ଅନ୍ତରୀଣ କମିଟି ଗଠନ କରିବା ପ୍ରକ୍ରିୟା ବିରୋଧରେ ମେ ୧୮ ତାରିଖରେ ରାଜ୍ୟ ବାର କାଉନସିଲଙ୍କ ନିକଟରେ ଅଭିଯୋଗ ହୋଇଥିଲା । କାଉନସିଲ ଏହା ଉପରେ କୌଣସି ପଦକ୍ଷେପ ନନେବାରେ ମେ ୨୬ ତାରିଖରେ ପୁନଃ । ଅଭିଯୋଗ କରାଯିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରେ ମେ ୨୭ ତାରିଖରେ ୨୦୧୯-୨୦ର କାର୍ଯ୍ୟନିର୍ବାହୀ ସଦସ୍ୟମାନଙ୍କ ମଧ୍ୟରୁ ୩ ଜଣ ଓ କେତେକ ପୂର୍ବତନ ସମ୍ପାଦକ ରାଜ୍ୟ ବାର କାଉନସିଲର ସ୍ୱତନ୍ତ୍ର କମିଟିର ଅଧ୍ୟକ୍ଷଙ୍କ ନିକଟକୁ ଯାଇଥିଲେ । ଉକ୍ତଦିନ ଅଧ୍ୟକ୍ଷ ଅନ୍ୟତ୍ର ବ୍ୟସ୍ତ ଥିବା ହେତୁ ରାଜ୍ୟ ବାର । କାଉନସିଲର ସମ୍ପାଦକଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । କରଞ୍ଜିଆ ବାରର ଅନ୍ତରୀଣ କମିଟି ଗଠନ ପ୍ରକ୍ରିୟା ଅଯୌକ୍ତିକ, ଅସିଦ୍ଧ ଓ ବେଆଇନ ଦର୍ଶାଇ ଆବେଦନକାରୀ ୨୮ ତାରିଖରେ ବାର କାଉନସିଲ ଅଫ ଇଣ୍ଡିଆ, ବାର । କାଉନସିଲ ଅଫ ଓଡ଼ିଶା, କରଞ୍ଜିଆ ବାରର ନିର୍ବାଚନ ଅ ଧିକାରୀ | ଓ ରାଜ୍ୟ ବାର କାଉନସିଲର ସ୍ୱତନ୍ତ୍ର କମିଟିର ଅଧ୍ୟକ୍ଷଙ୍କୁ ପକ୍ଷଭୁକ୍ତ | କରି ହାଇକୋର୍ଟରେ ରିଟ ପିଟିସନ (ସି) ୧୩୦୮୬/୨୦ ଦାଖଲ ହୋଇଥିଲା । କୋଭିଡ-୧୯ କଟକଣା ଯୋଗୁଁ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ଜଷ୍ଟିସ ପ୍ରମଥ ପଟ୍ଟନାଏକ ଭିଡିଓ କନଫରେନସିଂ ମାଧ୍ୟମରେ । ଉକ୍ତ ମକୋଦ୍ଦମାର ଶୁଣାଣି କରିଥିଲେ ଗତ ଜୁଲାଇ ୨୮ – ତାରିଖରେ ହାଇକୋର୍ଟଙ୍କ ପକ୍ଷରୁ ରାୟ ପ୍ରକାଶ ପାଇଥିଲା ।ଯେଉଁଥିରେ ବାରର ଅନ୍ତରୀଣ କମିଟି ଗଠନ ପ୍ରକ୍ରିୟା ବିରୋଧରେ ହୋଇଥିବା ଆବେଦନର ୧ ମାସ ମଧ୍ୟରେ ବିଚାର କରି ଅନ୍ତରୀଣ କମିଟିକୁ ପରିବର୍ତ୍ତନ ଅଥବା ପରିବର୍ତ୍ତନ ନକରିବାର ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଫଇସଲା ପାଇଁ ରାଜ୍ୟ ବାର କାଉନସିଲକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

Related Posts

About The Author

Add Comment