କମ୍ୟୁନିଷ୍ଟ ପାର୍ଟି ତରଫରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Spread the love

କୋଇଡା,16/11 (ସନ୍ଧାନ ନିୟୁଜ/ଲମ୍ବୋଦର ବାରିକ ) ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡରେ ମରୁଡି ପରିସ୍ଥିତି କୁ ନେଇ ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି(ମାକ୍ସବାଦୀ) ପକ୍ଷରୁ ହଜାର ହଜାର ଚାଷୀ ଓ କମ୍ୟୁନିଷ୍ଟ କର୍ମୀଙ୍କୁ ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ଗଣ ବିକ୍ଷୋଭ ବଣେଇ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା,ବିଷ୍ଣୁ ଚରଣ ମହାନ୍ତି,ପ୍ରମଦ ସାମଲ ଙ୍କ ନେତୃତ୍ୱରେ ହଜାରହଜାର କର୍ମୀଙ୍କୁ ନେଇ ସମାବେଶ ସକ ବିଖୋଭ କରାଯାଇଥିବା ଜଣାପଡିଛି। ବଣେଇର ୪ ଟି ଯାକ ବ୍ଲକରେ ଭୟଙ୍କର ମରୁଡି ସାଙ୍ଗକୁ ଚକଡ଼ା ପୋକ ଜନିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଓ ଗୋଡ଼ାଧାନ ସମ୍ପୂର୍ଣ ମରିଯାଇଥିବା ବେଳେ ଅନ୍ୟଜମି ଆଂଶିକ ଭାବେ ପ୍ରଭାବିତ ହୋଇଥିବା କମ୍ୟୁନିଷ୍ଟ ପାର୍ଟି ତରଫରୁ ସୂଚନା ମିଳିଛି। 

ବିଭିନ୍ନ ଦାବି ଗୁଡିକ ହେଲା

(1):-ବଣେଇ ଶବଡିଭିଜନ କୁ ମରୁଡି ଅଂଚଳ ଭାବେ ଘୋଷଣା କରିବା।

(2):-ମରୁଡି ଓ ଚକଡ଼ା ପୋକ ଜନିତ ଫସଲ ହାନୀର କ୍ଷତି ପୁରାଣ।

(3):-ଏକର ପ୍ରତି ୨୫୦୦୦/ଟଙ୍କା କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉ।

(4):-ବଣେଇର ସମସ୍ତ କୃଷକ ମାନଙ୍କର ଋଣ ଛାଡ କରିବା ସହ ବିନା ସୁଧରେ ନୂତନ ଋଣ ପ୍ରଦାନ କରାଯାଉ।

(5):-ରବି ଫସଲ ପାଇଁ ବିହନ,ସାର,ଔଷଧ, ଏବଂ କୃଷି ଉପକରଣ ମାଗଣାରେ ଦିଆଯାଉ।

ଏମିତି ଅନେକ ଦାବିକୁ ନେଇ କମ୍ୟୁନିଷ୍ଟ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦାବି ଗୁଡିକ ସରକାର ପୂରଣ ନକଲେ ଆଗାମୀ ଦିନରେ ଏହି ଧାରଣା ତୀଵ୍ରରୁପ ନେବ ବୋଲି ସୂଚନା ଦେଇଛନ୍ତି।

Related Posts

About The Author

Add Comment