କବାଟବନ୍ଧ ବ୍ରାହ୍ମଣୀ ସେତୁରେ ଟ୍ରକକୁ ଧକ୍କା ଦେଲା ଟ୍ରକ,ଚାଳକ ଆହତ,

Spread the love

ଜେନାପୁର/୨୪/୦୪/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ) ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କବାଟବନ୍ଧ ବ୍ରାହ୍ମଣୀ ସେତୁରେ ଦୁର୍ଘଟଣା ଟ୍ରକ କୁ ଧକ୍କା ଦେଲା ଟ୍ରକ ଜଣେ ଚାଳକ ଆହତ ହୋଇଥିବା ସୂଚନା ।ଖବରରୁ ପ୍ରକାଶ ଆଜି ଅପରାହ୍ନ ୪ ଟା ସମୟ ହେବ ଡୁବୁରୀ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ଚାଉଳ ବୋଝେଇ ଟ୍ରକ ଯାହାର ନମ୍ବର ଓ, ଡି,୦୫ ପି,(୭୬୦୫) ବିପରୀତ ଦିଗରୁ କଳିଙ୍ଗ ନଗରକୁ  ଆସିଥିବା ଆଉ ଏକ ସ୍କାର୍ପ ବୋଝେଇ ଟ୍ରକ ଏଚେ,ଆର, ୩୯.ଇ (୩୮୫୦) ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ଫଳରେ ଚାଉଳ ବୋଝେଇ ଚାଳକ ଜଣଙ୍କ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ ,ସ୍ଥାନୀୟ ଲୋକମାନେ ଗାଡିଭିତରେ ରହିଯାଇଥିବା ଚାଳକ ଜଣଙ୍କୁ ଉଦ୍ଧାର କରିଥିଲେ । କଳିଙ୍ଗ ନଗର ପୋଲିସ ବିଳମ୍ବରେ ଆସିବାରୁ ରାସ୍ତା ବହୁ ଯାମହୋଇଥିବା ଦେଖିବାକୁ ମିଳିଥିଲା ଏପଟେ ଆମ୍ବୁଲାନ୍ସ ମଧ୍ୟ ବହୁ ବିଳମ୍ବରେ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲା ,ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଚାଳକ ଜଣଙ୍କୁ ଦାନଗଦି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା । ରାସ୍ତା ଯାମ୍ ଥିବାରୁ ଦୀର୍ଘ ସମୟ ଧରି ଗାଡ଼ି ମୋଟର ଚଳା ଚଳରେ ବାଧାପ୍ରାପ୍ତ ହୋଇଥିଲା ପରେ ରାସ୍ତା ଯାମ୍ ହଟିଥିଲା ।

Related Posts

About The Author

Add Comment