କବରାପାଲି ଛକ ନିକଟରେ ବରଯାତ୍ରି ଗାଡି ସହିତ ଟ୍ରଲର ମୁହାଁମୁହିଁ ଧକ୍କା

Spread the love

ସମ୍ବଲପୁର ତା ୧୫/୦୩/୨୦୨୨ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ଯୁଯୁମୁରା ବ୍ଲକ ଅନ୍ତର୍ଗତ କବରପାଲି ଗ୍ରାମ ପଞ୍ଚାୟତର ଜାତୀୟ ରାଜପଥ ଉପରେ ବରଯାତ୍ରୀ ଗାଡ଼ି ଟ୍ରଲର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ କାର ଚାଳକ ଅଜୟ ସିଂ ଏବଂ ବର କ୍ଷୀରୋଦ ଖଡ଼ିଆ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି । ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଥିବା ସୂଚନା ମିଳିଛି। ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ତାହାର ମନ ମୁତାବକ କାର୍ଯ୍ୟପାଇଁ ଏହି ଜାତୀୟ ରାଜପଥରେ ଅନେକ ଛୋଟ ବଡ଼ ଦୁର୍ଘଟଣାରେ ନିରିହ ପ୍ରାଣର ବଳିଦାନ ଦେବାକୁ ପଡୁଛି।

Related Posts

About The Author

Add Comment