କନ୍ଧମାଳ ସାଂସଦଙ୍କ କୋଟଗଡ଼ ଗସ୍ତ : ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ, ବହୁ କଂଗ୍ରେସ କର୍ମୀଙ୍କ ବିଜେଡ଼ିରେ ସାମିଲ୍‍

Spread the love

ବାଲିଗୁଡା,10/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ଜିଲାର କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‍ଘାଟନ କରିଛନ୍ତି। କୋଟଗଡ଼ ବ୍ଳକ ଅନ୍ତର୍ଗତ ହରିପୁର ଗ୍ରାମକୁ ପିଚୁ ରାସ୍ତାର ଭିର୍ତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ କୋଟଗଡ଼ ବନ ବିଭାଗର ବଙ୍ଗଳାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସାଂସଦଙ୍କ ସମେତ ପୂର୍ବତନ ବିଧାୟକ ରାଜୀବ ପାତ୍ର, ବ୍ଳକ ଅଧ୍ୟକ୍ଷା ସବିତା ମଲିକ, କୋଟଗଡ଼ ସରପଞ୍ଚ  ଶ୍ୱେତଲିନା ସୁକାମାଝୀ, ସମିତି ଉପାଧ୍ୟକ୍ଷ ଜି.ଭି, ରମଣ ପାନ୍ତୁଲୁ ରାଓ, ଗୁଗୁରୁମାହା ସମିତି ସଭ୍ୟ ପିଣ୍ଟୁ ମଲିକ, ସୁରେଖା ପାଟମାଝୀ, ବିଜେଡ଼ି ବ୍ଳକ ସଭାପତି ପରାସର ପାଟମାଝୀ, ବଳବନ୍ତ କାର୍ଯ୍ୟମାଝୀ ଓ ଅନ୍ୟମାନେ ସାମିଲ୍‍ ହୋଇଥିଲେ। କୋଟଗଡ ବ୍ଳକ ସାଂସଦ ପ୍ରତିନିଧି ମନୋଜ କୁମାର ସାବତଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମାର୍ଲାଙ୍ଗା, ସାର୍ତ୍ତୁଲ, ରାଣିପାଙ୍ଗା, ସୁବର୍ଣ୍ଣଗିରି, ଜୁଡ଼ାବାଲି ଆଦି ଗ୍ରାମର ବହୁ ବ୍ୟକ୍ତି ସମେତ ମାର୍ଲାଙ୍ଗା ସରପଞ୍ଚ ସନାତନ ପ୍ରଧାନ, ବିଜୟ କୁମାର ନାୟକ, ସୁବାଷ ମଲିକ, ବାବୁଲା ନାୟକ, ସୂର୍ଯ୍ୟକାନ୍ତ ମଝିଆସେଟ୍‍, ସୁରେନ୍ଦା ପାଟମାଝୀ ଜାକବ ପ୍ରଧାନ, ପାଉଲ ମଲିକ ଭଳି ବହୁ କଂଗ୍ରେସ ନେତାମାନେ ବିଜେଡ଼ିରେ ସାମିଲ୍‍ ହୋଇଥିଲେ। ଏହି ଅବସରରେ ବ୍ଳକର ବିିଭିନ୍ନ ପଞ୍ଚାୟତରେ ଥିବା ପାନିୟ ଜଳ, ଗମନାଗମନ ସହିତ ନେଟୱାର୍କ ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଜେଡ଼ି କର୍ମୀ ଟୁକୁନା ପଶାୟତ, ସରୋଜ ମାର୍କଣ୍ଡ, ଶଙ୍କର ସେନ୍‍, ମୁନା ସାହୁ, ସୁରେଶ ବେରୁକ୍‍, ପପୁ ପଣ୍ଡା, ମିଲନ୍‍ ନାୟକ, କାହ୍ନୁ ଚରଣ ଦିଗାଲ, ହେମନ୍ତ ସାହାଣୀ, ଗଙ୍ଗାଧର ସାହାଣୀ, ପିଣ୍ଟୁ ସାହାଣିଙ୍କ ଭଳି ବହୁ କର୍ମୀ ପରିଚାଳନା କରିଥିଲେ।

Related Posts

About The Author

Add Comment