କନ୍ଧମାଳ ରେ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Spread the love
କନ୍ଧମାଳ: ୨୨/୧୨:(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା ଡିଣ୍ଡିରାଗାଁ ପଞ୍ଚାୟତ ସ୍କୁଲ ସାହିର ମୃତ୍ୟୁଞ୍ଜୟ ନାୟକ (୧୮) । ମୃତ୍ୟୁଞ୍ଜୟ ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ଶେଷ ବର୍ଷର ଛାତ୍ର ଥିଲେ। ସୂଚନା ଅନୁଯାୟୀ, ଗୁରୁବାର ସକାଳେ ମୃତ୍ୟୁଞ୍ଜୟଙ୍କ ବାପା ଘରକୁ ଲାଗି ରହିଥିବା ନିଜ ଦୋକାନରେ ବସିଥିଲେ। ଅନ୍ୟ କେହି ଘରେ ନ ଥିଲେ। ପରେ ତାଙ୍କ ମାଆ ଆସି ଘର ଭିତରେ ସେ ବେକରେ ରଶି ଦେଇ ଝୁଲୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଶ୍ବାମିତ୍ରଙ୍କ ଏତାଲା କ୍ରମେ ଫିରିଙ୍ଗିଆ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡି ନାହିଁ।

Related Posts

About The Author

Add Comment