କନ୍ଧମାଳ ଜିଲ୍ଲା ଇ-ପାଠାଗାରର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆୟୋଜିତ 

Spread the love

କନ୍ଧମାଳ,୧୪/୦୨/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଅତ୍ୟାଧୁନିକ ଢାଞ୍ଚାରେ ପ୍ରତିଷ୍ଠା ହୋଇ ଥିବା ଇ-ଲାଇବ୍ରେରୀ କୁ ଆଜି ୨ ବର୍ଷ ପୁରିଛି । ଆଇଟିଡିଏ ଫୁଲବାଣୀ ଏହାର ପରିଚାଳନା ଦାୟୀତ୍ଵ ନେଇଥିବାରୁ ଆଜି ତାର ୨ୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଉତ୍ସବରେ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା.ଡି. ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେବାପରଠାରୁ ଜିଲ୍ଲାରେ ବିଶେଷକରି ଶିକ୍ଷା ଓ ସ୍ଵାସ୍ଥ୍ୟ ର ଉନ୍ନତି ଦିଗରେ ନିଷ୍ଠା ଓ ଆନ୍ତରିକତା ର ସହ ପ୍ରୟାସ ଜାରି ରଖିଥିବା କହିଥିଲେ। ଜିଲ୍ଲାର ଛାତ୍ରଛାତ୍ରୀମାନେ କିପରି ଉତ୍ତମ ଶିକ୍ଷାଲାଭ କରିପାରିବେ ସେ ନେଇ ଦୃଷ୍ଟି ଦେଉଥିବା କହିଥିଲେ। ସେଥିପାଇଁ ମହାବିଦ୍ୟାଳୟ ନିକଟରେ ଇ-ଲାଇବ୍ରେରି ପ୍ରତିଷ୍ଠା କରାଯାଇଥିଲା। ଆଉ ମହାବିଦ୍ୟାଳୟର ପାଠ୍ୟପୁସ୍ତକ, ସହିତ ବିଭିନ୍ନ ଇଣ୍ଟରଭ୍ୟୁ ଲାଗି ଉଦ୍ଦିଷ୍ଟ ପୁସ୍ତକ ଏହି ଇ-ଲାଇବ୍ରେରୀରେ ସ୍ଥାନ ପାଇଥିବା ଜିଲ୍ଲାପାଳ ଡ଼.ବୃନ୍ଦା ଡି କହିଥିଲେ l  ଏଣୁ ଯେତେବେଳେ ବି ଫୁରୁସତ ମିଳିବ ସେତେବେଳେ ସମୟ ନଷ୍ଟ ନକରି ଇ-ଲାଇବ୍ରେରୀ ଆସି ନିଜର ପ୍ରସ୍ତୁତି କରିବାଲାଗି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଞ୍ଜନ ନାଏକ ଯୋଗଦେଇ ସମୟ ସହ ତାଳଦେଇ ଆମକୁ ଜ୍ଞାନ ଆହରଣ କରିବାକୁ ପଡିବ ଯାହା ଇ -ଲାଇବ୍ରେରୀ ହିଁ ସମ୍ଭବ ବୋଲି କହିଥିଲେ। ଏଣୁ ଏହାର ଭରପୁର ଫାଇଦା ନେବା ଲାଗି ଯୁବଗୋଷ୍ଠୀକୁ ପରାମର୍ଶ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ  ଆଇନଜିବି ତଥା ସାହିତିକ ରବୀନ୍ଦ୍ରନାଥ ମିଶ୍ର, ବିଜୟ ପଟନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଭାବେ ଯୋଗ ଦେଇ ଜିଲ୍ଲାପାଳ ଇ.ଲାଇବ୍ରେରି ପରିକଳ୍ପନା କରିଥିବା ଯୋଗୁ ଭୁୟସୀ ପ୍ରଶସାଂକରିବା ସହ ତାଙ୍କର ଏଭଳି ଉନ୍ନତ ଚିନ୍ତାଧାରା ଯୋଗୁଁ ଜିଲ୍ଲାର ବିକାଶ ସମ୍ଭବ ହୋଇପାରିଥିବା କହିଥିଲେ । ସେହିପରି ପ୍ରକଳ୍ପ ନିର୍ଦ୍ଦେଶକ ଆଇଟିଡିଏ ବିରେନ୍ଦ୍ର କୁମାର ଦାସ ଙ୍କ ସୁପରିଚାଳନା ଓ ଉନ୍ନତ ଚିନ୍ତାଧାରା ଯୋଗୁ ଇ-ଲାଇବ୍ରେରୀ ପ୍ରତି ପାଠୁଆ ଯୁବକଯୁବତୀଙ୍କ ଆଗ୍ରହ ବୃଦ୍ଧିପାଇଛି ବୋଲି କହିଥିଲେ। ପ୍ରକଳ୍ପ ନିର୍ଦେଶକ ବିରେନ୍ଦ୍ର କୁମାର ଦାସ ସଭାପତିତ୍ୱ  କରିଥିଲେ। ଏହି ଅବସରରେ ଶତାଧିକ କଲେଜ ଛାତ୍ର ଛାତ୍ରୀ  ଯୋଗ ଦେଇଥିଲେ l

Related Posts

About The Author

Add Comment