କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକ କଳାକାର ସମାବେଶ :ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବାକୁ ମତ ପ୍ରକାଶ 

Spread the love
ବାଲିଗୁଡା,27/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ପାବୁରିଆ ସାରଡ଼ମାହା ଗ୍ରାମରେ ସାଂସ୍କୃତିକ କଳା ପରିଷଦ,  ଜ଼ିଲ୍ଲା ପାରମ୍ପରିକ ଲୋକକଳାକାର ସଂଘ ଓ କ୍ରାଉନ୍ସ ଇଣ୍ଡିଆ ପକ୍ଷରୁ ଲୋକ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ପ୍ରଧାନ, ସମ୍ମାନିତ ଅତିଥି ଭାବେ ସରପଞ୍ଚ  ମମତା ମଞ୍ଜରୀ ପ୍ରଧାନ,ସାଂସ୍କୃତିକ କଳା ପରିଷଦର  ରାଜ୍ୟ ଅଧ୍ୟକ୍ଷ ଲଷ୍ମୀ ଧର ସାହୁ, ମୁଖ୍ୟ ଉପଦେଷ୍ଟା ଦୀନକୃଷ୍ଣ ପଣ୍ଡା ନାଟ୍ୟକାର ପ୍ରଫୁଲ ବେହେରା ପାରମ୍ପରିକ ଲୋକକଳାକାର ସଂଘର ଜ଼ିଲ୍ଲା ସଭାପତି ଅକ୍ଷୟ କର୍ଣ୍ଣ , କ୍ରାଉନ୍ସ ଇଣ୍ଡିଆ ଟ୍ରଷ୍ଟର ମୁଖ୍ୟ ବିଜୁ ପ୍ରଧାନ, ସୁପ୍ରିୟା ଡିଗାଲ, ବୀରେନ୍ଦ୍ର କହଁର ଓ 12 ଟି ବ୍ଲକର  ବ୍ଲକକଳା ସଂସ୍କୃତି ସଂଘର ଉପସଭାପତି ମଞ୍ଚାସୀନ  ଥିଲେ l ମୁଖ୍ୟ ବକ୍ତାଭାବେ ଦକ୍ଷିଣ ଓଡିଶା ମଞ୍ଚକଳା ସଂଘର ମହାସଚିବ ସୁବାଷ ସାହୁ (ରୋଶନ) ଯୋଗଦେଇ କଳାକାରଙ୍କ ସମସ୍ୟା ଭୂମିକା ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ସଦା ସର୍ବଦା ଆଞ୍ଚଳିକ ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ମତ ପ୍ରକାଶ ପାଇଥିଲା l ଏହି ପରିପ୍ରେକ୍ଷୀରେ ସବୁ କଳାକାର ଏକ ବୋଲି କହିଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ  ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ଖୁଜରୀପଡା ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସରୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏଥିରେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ କଳା ସଂଗଠନର କଳାକାର ମାନେ ଯୋଗଦେଇ ନିଜ ନିଜର କଳା ପ୍ରତିଭା ପ୍ରଦର୍ଶନ କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଏବଂ ମାନପତ୍ର ଗ୍ରହଣ କରିଥିଲେ l

Related Posts

About The Author

Add Comment