କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :ଜରୁରୀ ବିଭାଗରେ ବିଶେଷଜ୍ଞ ପଦବୀ ଖାଲି

Spread the love
କନ୍ଧମାଳ,୩୦/୧୧/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଅଧୁଷିତ ପଛୁଆ ଜିଲା ଭାବେ ପରିଚିତ କନ୍ଧମାଳ ଜିଲାରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି l ଯାହାକି,ଜିଲ୍ଲା ବାସୀ ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିଥାନ୍ତି l  ଜିଲାରେ ଲୋକ ସଂଖ୍ୟା ଏବଂ ରୋଗୀଙ୍କ ଅନୁପାତରେ ଡାକ୍ତର ନାହାନ୍ତି। ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ବହୁ ଜରୁରୀ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଜିଲାବାସୀ ଭରସା କରିପାରୁ ନ ଥିବା ବେଳେ ରୋଗୀଙ୍କୁ କୁଆଡେ ନେବେ ତାହା ଜାଣି ପାରୁନାହାନ୍ତି। ଅକାଳରେ ଚାଲି ଯାଉଛି ଜୀବନ l ଏସବୁ ଦେଖିଲେ ଜିଲାରେ ଏବେ ବି ବିକାଶ ଅପହଞ୍ଚ ସେଥିରେ ଦ୍ୱିମତ ନାହିଁ l  ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଦୈନିକ ବହୁ ରୋଗୀ ଆସୁଛନ୍ତି। ହେଲେ ଡାକ୍ତର ଅଭାବ ଯୋଗୁ ସେମାନେ ଚିକିତ୍ସା ସେବା ପାଇ ପାରୁନାହାନ୍ତି। ଥଣ୍ଡା, ଜ୍ୱର, କାଶ ଆଦି ସାମାନ୍ୟ ରୋଗରେ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ରେଫର କରି ଦିଆଯାଉଛି l ବିଶେଷଜ୍ଞ ଡାକ୍ତର ନ ଥିବାରୁ କେହି ରିସ୍କ ନେବାକୁ ଚାହୁଁ ନାହାନ୍ତିି। ଜିଲା ମୁଖ୍ୟ ଚିିକତ୍ସାଳୟ ଏକ ରେଫରାଲ ହସ୍ପିଟାଲ ଭାବେ ଦୁର୍ନାମ ଅର୍ଜନ କରି ଚାଲିଛି l ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ(ଏସ୍‌ଡିଏଚ୍‌)ରେ ମୋଟ ୪୨ ଜଣ ବିଶେଷଜ୍ଞ ପଦବୀ ଥିବା ବେଳେ ମାତ୍ର ୧୬ ଜଣ ଅଛନ୍ତି। ବାଲିଗୁଡା ଏସ୍‌ଡିଏଚ୍‌ରେ ଜଣେ ବି ବିଶେଷଜ୍ଞ ନାହାନ୍ତି। ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବାଲିଗୁଡା ଉପଖଣ୍ଡ ଚିକିତ୍ସାାଳୟ ଅଧୀନରେ ରହିଛି ୧୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୩୬ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର। ଜିଲାରେ ଡାକ୍ତରଙ୍କ ପଦବୀ ୨୮୫ ଥିବା ବେଳେ ୨୧୯ ଜଣ ଅଛନ୍ତି। ୬୬ ପଦବୀ ଖାଲି ପଡିଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୦ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ l ୧୪ଟି ପଦବୀ ଖାଲି ରହିଛି। ବାଲିଗୁଡା ଉପଖଣ୍ଡ ଚିକିତ୍ସାାଳୟରେ ୧୨ ବିଶେଷଜ୍ଞ ପଦବୀ ଥିବା ବେଳେ ଜଣେ ହେଲେ ବି ନାହାନ୍ତି। ଫଳରେ ଏହି ଚିକିତ୍ସାଳୟରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ା ସୂଚନା ଅନୁସାରେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ୩ଟି ପଦବୀରୁ ଗୋଟିଏ ଖାଲିପଡିଛି l ସେହିପରି ଶିଶୁ ବିଶେଷଜ୍ଞ ୮ଟି ରୁ ୫, ସ୍ତ୍ରୀ ଓ ପ୍ରସ୍ତୁତି ବିଶେଷଜ୍ଞ ୫ ଟିରୁ ୩, ରେଡିଓ ଲୋଜି ୧ ପଦବୀ, ପାଥୋଲୋଜି ବିଶେଷଜ୍ଞ ଗୋଟିଏ ପଦବୀ, ୨ ନିସ୍ତେଜକ ପଦବୀରୁ ଗୋଟିଏ ଖାଲି ପଡିଛି । ଚକ୍ଷୁ ରୋଗ ବିଶେଷଜ୍ଞ ଦୁଇଟି ପଦବୀ, ନାଶା, ଗଳା ଓ କର୍ଣ୍ଣ ବିଶେଷଜ୍ଞ ଗୋଟିଏ ପଦବୀ, ଚର୍ମ ରୋଗ ବିଶେଷଜ୍ଞ ଗୋଟିଏ ପଦବୀରୁ କେହି ହେଲେ ନାହାନ୍ତି। ସେହିପରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ, ଅସ୍ତ୍ରୋପଚାର, ଅସ୍ଥିଶଲ୍ୟ, ପାଥୋଲୋଜି, ଚକ୍ଷୁ ବିଶେଷଜ୍ଞ ପଦବୀ ଆବଶ୍ୟକ ଥିବା ବେଳେ କେହି ମଧ୍ୟ ଜଣେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଶିଶୁ ବିଶେଷଜ୍ଞ ୩ଟି ପଦବୀ ଖାଲି ପଡିଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ଏବଂ ନିସ୍ତେଜକ ବିଶେଷଜ୍ଞଙ୍କ ପଦବୀ ଖାଲି ପଡିଛି ।ରାଜ୍ୟ ସରକାର ଜିଲାର ଦୁର୍ଗମ ଅଞ୍ଚଳରେ କାମ କରିବା ଲାଗି ଡାକ୍ତରମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ରଖିଛନ୍ତି। କିନ୍ତୁ ବହୁ ଡାକ୍ତର ମେଡିକାଲରେ ନ ରହି ଛୁଟି କାଟୁଥିବା ଦେଖିବାକୁ ମିଳୁଛି । ଡାକ୍ତର ଅଭାବ ସମସ୍ୟା ଯୋଗୁ ଜିଲାରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛିା ସରକାର ଏଥିପ୍ରତି ଦୃଷ୍ଟି ଦେଇ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ଜିଲାବାସୀ ଦାବି କରୁଛନ୍ତି।

Related Posts

About The Author

Add Comment