କନ୍ଧମାଳରେ ହେବ କୋଭିଡ୍‌ ହସପିଟାଲ

Spread the love
ଫୁଲବାଣୀ, ୪/୪/୨୦ (ସନ୍ଧାନ ନିଉଜ) : ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କନ୍ଧମାଳରେ ହେବ କୋଭିଡ୍‌ ହସପିଟାଲ। ଏଥିପାଇଁ ଆଜି ରାଜ୍ୟ ସରକାର, ଓଏମ୍‌ସି ଓ କିମ୍‌ସ ମଧ୍ୟରେ ଏହି ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଛି। କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଓ କିମ୍‌ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା.ବିଷ୍ଣୁ ପାଣିଗ୍ରାହୀ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଚୁକ୍ତି ଅନୁସାରେ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରା ଆବଶ୍ୟକ ଭିତ୍ତିଭୂମି ପ୍ରଦାନ ସହ ୧୦ଟି ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବା ନେଇ ଯୋଜନା ରହିଛି। ଏହି ହସ୍ପିଟାଲ ପରିଚାଳନାର ସମସ୍ତ ଖର୍ଚ୍ଚ ଓଏମ୍‌ସି ବହନ କରିବ।

Related Posts

About The Author

Add Comment