କନେଷ୍ଟବଳଙ୍କ ମାଡ଼ରେ ସୁକିନ୍ଦା ଥାନା ଅଧିକାରୀ ଆହତ

Spread the love

ଯାଜପୁର ସଦର, , ୦୫/୦୩/୨୦୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ଜଣେ କର୍ତ୍ତବ୍ୟନିଷ୍ଟ ଥାନା ଅଧିକାରୀ ଜଣେ ତଳିଆ କର୍ମଚାରୀଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ପୋଲିସ ମହଲରେ ଏହା ଚାଞ୍ଚଲ୍ୟ ଖେଳେଇ ଦେଇଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲାର ସୁକିନ୍ଦା ଥାନାର ଥାନା ଅଧିକାରୀ କନେଷ୍ଟବଳଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ବେଳେ, ଏନେଇ ପୋଲିସ ବିଭାଗରେ ହଟ ଚମଟ କରିଦେଇଚି । ଯାହାକି ଏହି ସୁକିନ୍ଦା ଥାନାର ଥାନା ଅଧିକାରୀ ଶିବ ଚରଣ ବେହେରା କନେଷ୍ଟବଳ ଡିୱିଟରେ ବାରମ୍ବାର ଖିଲାପ କରୁଥିବାରୁ ଏନେଇ ଶ୍ରୀ ବେହେରା କନେଷ୍ଟବଳଙ୍କୁ ପଚାରୀବାରୁ ମୋର ଦେହ ଖରାପ ଅଛି ବୋଲି ବାରମ୍ବାର ଥାନା ଅଧିକାରୀଙ୍କୁ କହିଥିଲେ । ଏନେଇ ଶ୍ରୀ ବେହେରା କନେଷ୍ଟବଳଙ୍କ ସ୍ୱାସ୍ଥ୍ୟ କରାଇବାରୁ ସୁସ୍ଥ ଥିବା ଜଣାପଡ଼ିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଧର୍ମଶାଳା ଥାନା ଅନ୍ତର୍ଗତ ବେତଣ୍ଡା ଗ୍ରାମର ଶ୍ରୀଧର ସ୍ୱାଇଁଙ୍କ ପୁଅ ସୁକୁମାର ସ୍ୱାଇଁ ଧର୍ମଶାଳା ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ବେଳେ, ସୁକିନ୍ଦା ଥାନାକୁ ଶ୍ରୀ ସ୍ୱାଇଁ ବଦଳି ହୋଇଯାଇଥିଲା । ସୁମୁକାର ଥାନାରେ କାମ କରୁନଥିବା ବେଳେ, ଏ ସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ବେହେରା ପଚାରୀବାରୁ ଦେହ ଭଲ ନଥିବା ସୁକୁମାର କହିଥିଲା । ଗତ ବୁଧବାର ଦିନ ଥାନ ଅଧିକାରୀ ଶ୍ରୀ ବେହେରା କନେଷ୍ଟବଳ ସୁକୁମାରକୁ ମେଡ଼ିକାଲକୁ ନେଇଥିଲେ । ମେଡିକାଲରେ ସୁକୁମାରର ସମସ୍ତ ପରୀକ୍ଷା କରାଯିବା ପରେ ଦେହ ଭଲ ଥିବା ଥାନା ଅଧିକାରୀ ଜାଣିବାକୁ ପାଇଥିଲେ । ଏନେଇ ସୁକୁମାରକୁ ଥାନା ଅଧିକାରୀ ଡିଉଟି କରିବାକୁ ନିଦେ୍ର୍ଦଷ ଦେଇଥିଲା । ଶ୍ରୀ ବେହେରା ସୁକୁମାରର ବେହେରାଙ୍କ ଘରକୁ ଫୋନ କରିବାରୁ ଭାଈଙ୍କ ଦେହ ଭଲ ନାହିଁ ମେଡିକାଲକୁ ଯାଇଛନ୍ତି ବୋଲି ସୂଚନା ଦେଇଥିଲେ । ଏନେଇ ଥାନା ଅଧିକାରୀ ଶ୍ରୀ ବେହେରା ମେଡିକାଲରେ ପହଁଞ୍ଚôବା ପରେ ସୁକୁମାର ଥିବା ରୁମକୁ ଯିବା ପାଇଁ ଶ୍ରୀ ବେହେରା ଚେଷ୍ଟା କରିଥିବା ବେଳେ, ସୁକୁମାର ଏହାକୁ ବିରୋଧ କରିଥିଲା । ଶ୍ରୀ ବେହେରା ଭିତରକୁ ଯାଇ ଦେଖିବା ବେଳକୁ ସୁକୁମାର ମା ତଳେ ପଡ଼ିଯାଇଥିବା ବେଳେ, କନେଷ୍ଟବଳ ସୁକୁମାର ଉତେକ୍ତ ହୋଇ ସାଲାଇନ ଷ୍ଟାଣ୍ଡରେ ଥାନା ଅଧିକାରୀଙ୍କୁ ପିଟିବା ସହିତ ଶ୍ରୀ ବେହେରା ଗୁରୁତର ଆହତ ହୋଇଥିଲେ । ଷ୍ଟାଣ୍ଡ ମାଡ଼ରେ ଶ୍ରୀ ବେହେରାଙ୍କ ହାତରେ ଗଭିର ଆହତ ହୋଇଥିଲା । ଏନେଇ ସୁକିନ୍ଦା ଥାନାରେ କେସ ନଂ ୪୨/୨୦୨୨ ରେ ଆସାମୀ ମାନଙ୍କ ବିରୋଧରେ ଆସାମୀ ସୁକୁମାର ସ୍ୱାଇଁ ତାଙ୍କ ସାନଭାଇ ସର୍ବେଶ୍ୱର ସ୍ୱାଇଁ ମା କିରଣବାଳା ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ଧର୍ମଜିତ ସ୍ୱାଇଁଙ୍କ ନାମରେ ସୁକିନ୍ଦା ଥାନରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଚି । ରିପୋର୍ଟ ଲେଖା ହେବା ବେଳେକୁ ଥାନା ଅଧିକାରୀ ଶ୍ରୀ ବେହେରା ଚିକିତ୍ସିତ ହେଉଥିବା ଜଣାଯାଇଚି ।

Related Posts

About The Author

Add Comment