କଦଳା ସୋପ୍ନଶ୍ୱର ମନ୍ଦିରରେ ଜାଗରଯାତ୍ରା ଅନୁଷ୍ଠିତ

Spread the love

ଯାଜପୁର, (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦଳା ସୋପ୍ନେଶ୍ୱର ମନ୍ଦିର ପରିସରରେ ଜାଗର ଯାତ୍ରା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ମହାପପୃ ସୋପ୍ନଶ୍ୱରଙ୍କ ସକାଳ ସ୍ନାନ ପରେ ରୀତି ନୀତି ଅନୁଯାୟୀ ପୂଜା ର୍ଚ୍ଚନା କରାଯାଇଥିଲା । ପରେ ନୀତି ଭୋଗ କରାଯାଇ ସଂଧ୍ୟାରେ ଆଳତୀ ମହାଭୋଗ କରାଯାଇ ଶେଷର ମହାଦୀପ ମନ୍ଦିର ଚୁଡାକୁ ଉଠାଯାଇ ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ବହୁ ଭକ୍ତ ଏବଂ ଶ୍ରଦ୍ଦାଳୁ ଏବଂ ବତ୍ରଧାରୀ ମାନେ ଉପବାସ ପୂର୍ବକ ଦୀପଜାଳି ମନ୍ଦିର ପରିସରରେ ବସିରହିଥିଲେ । ଶେଷରେ କିର୍ତ୍ତନ ହରିବୋଲ ହୁଳହୁଳୀ ଧ୍ୱନିରେ ମହାଦୀପ ଉଠିବା ପରେ ନିଜର ବତ୍ର ସାମପନ କରିଥିଲେ । ଏହି ଅବସରରେ ମନ୍ଦିରର ମୁଖ୍ୟ ପୂଜକ ବାବନ ଚରଣ ମିଶ୍ର କର୍ତ୍ତା କେଶବ ଜେନା, ପୂଜା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସୁଧାଂଶୁ ସ୍ୱାଇଁ, ଅରୁଣ ସାମଲ, ରଜତ ଖୁଂଟିଆ, ପ୍ରକାଶ ରାଉତ, ସନ୍ତୋଷ ରାଉତ, ଦେବାଶିଷ ପରିଡା, ସୁଭମ ପରିଡା, ନିରଂଜନ ରାଉତ, ରାଜେଶ ସାମଲ ସମେତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment