କଦମପାଳ ପଂଚାୟତରେ ପିଠା କାଯ୍ୟକ୍ରମ

Spread the love

ଯାଜପୁର, ୨୦/୧(ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ କଦମପାଳ ପଂଚାୟତରେ ପିଠା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଂଚାୟତର ସରପଂଚ ଶିବପ୍ରସାଦ ସେଠୀଙ୍କ ସଭାପତିତ୍ୱରେ ପଂଚାୟତବାସୀଙ୍କୁ ଏଲଇଡି ବଲ ବଂଟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଦୁ୍ୟତ ବିଭାଗ ଏସଡିଓ ଶୈଳସେ ରଂଜନ ପଟେଲ ଯୋଗଦେଇଥିଲେ । ମହିଳା ପାରିଚାଳକ ରାଜେଶ୍ୱରୀ ନାୟକ ମମତା ଯୋଜନା ସମ୍ପର୍କରେ ଅବଗତ କରିଥିଲେ । ଏଥିରେ ପ୍ରର୍ଯ୍ୟବେକ୍ଷକ ଭାବେ ଅଭୟ କୁମାର ସାମଲ ଯୋଗଦେଇଥିବା ବେଳେ ସମିତିସଭ୍ୟ ସଂଘମିତ୍ର ସେଠୀ, ନାଏବ ସରପଂଚ ଅର୍ଣ୍ଣପୂର୍ଣ୍ଣ ମହାନ୍ତି, ବିଜେଡି ଯୁବ ସଭାପତି ବିବେକାନନ୍ଦ ମହାନ୍ତି, ବନମାଳି ଓଝା, ଶିଶିର ମହାନ୍ତି, ମନୋଜ ମହାନ୍ତି, ସୁଶାନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ । ଏହାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଗତିକୃଷ୍ଣ ବେହେରା ପରିଚାଳନା କରିଥିଲେ । ସେହିପରି ଅରେଇକଣା, ପଟୁଣିଆ ଆଦି ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Related Posts

About The Author

Add Comment