ଜେନାପୁର /୧୭/୩/(ସନ୍ଧାନ ନ୍ୟୁଜ )ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଂଚାୟତରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନଙ୍କ ଟଙ୍କା ଫେରସ୍ତ କରାଯାଇଛି. ଧର୍ମଶାଳା ବିଧାୟକ ଙ୍କ ନିର୍ଦେଶକ୍ରମେ ତାଙ୍କ ମା ତଥା ସମାଜସେବୀ ମିନତୀ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ଟଙ୍କା ଫେରସ୍ତ କରାଯାଇଛି. ପ୍ରକାଶ ଯେ ଦୀର୍ଘ ଦିନ ତଳେ ଏଣ୍ଡଳବା ପଂଚାୟତ ଅଧୀନ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ର ଟଙ୍କା ଦାୟିତ୍ୱ ରେ ଥିବା ଏମ ବି କେ ହଡପ କରିଥିଲେ. ଏନେଇ ଜେନାପୁର ଥାନାରେ ସେତେବେଳେ ଲିଖିତ ଅଭିଯୋଗ ହୋଇଥିଲା.ପ୍ରାୟ ଏକ କୋଟି ଟଙ୍କା ର ହଡପ ଯୋଗୁ ୮୦ ରୁ ଉର୍ଦ୍ଧ ଗ୍ରୁପ ଅସୁବିଧା ରେ ସମ୍ମୁଖୀନ ହୋଇଥିଲେ. ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିର୍ବାଚନ ସମୟରେ ଏହି ହଡପ ଟଙ୍କା ଫେରସ୍ତ କରିବା ପାଇଁ ପ୍ରତିଶୃତି ଦେଇଥିଲେ. ଦୁଇଟି ପର୍ଯ୍ୟାୟରେ ମହିଳା ମାନଙ୍କ ଏହି ଟଙ୍କା ଫେରସ୍ତ କରିଛନ୍ତି. ଏଣ୍ଡଳବା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ମିନତୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁଧାଂଶୁ ଭୂଷଣ ସାହୁ, ସୁରେଶ ପ୍ରଧାନ,ଯୁବ ସଂଗଠକ କୁନା ସାହୁ, ୧୩ ନମ୍ବର ଜୋନ ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ରାଉତ,୧୧ ଜୋନ ମଣ୍ଡଳ ସଭାପତି ଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ.
କଥା ଦେଇ କଥା ରଖିଲେ ବିଧାୟକ ଏଣ୍ଡଳବା ଏସ ଏଚ ଜି ଗ୍ରୁପ ଟଙ୍କା ଫେରସ୍ତ ପାଇଲେ.
|
March 17, 2026 |



