କଟକ, ୧/୧୨ (ସନ୍ଧାନ ନିୟୁଜ୍/ଅନିତା ବେହେରା) : ଡିଲରର ମାଡରେ ଦୋକାନୀ ଓ ତାଙ୍କ ଝିଅ ଗୁରୁତର ହୋଇଛନ୍ତି।
ବାଙ୍କୀ ଥାନା ଅନ୍ତର୍ଗତ ଉପରପାଥପୁର ଗାଁରେ ଘଟିଛି ଏହି ଘଟଣା । ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତି ହୋଇଛନ୍ତି ୨ଜଣ । ସେପଟେ ପୀଡିତାଙ୍କ ପକ୍ଷରୁ ବାଙ୍କୀ ଥାନାରେ ଏତଲା ଦିଆଯାଇଛି ।ଏତଲା ଦେବା ପରେ ପୁଲିସ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ କରୁଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ଗୁରୁତର ଦୋକାନୀ ସେହି ଉପରପାଥପୁର ଗାଁର ଏକ କ୍ୟାବିନ ପକାଇ ବହୁବର୍ଷହେବ ଦୋକାନ କରିଛନ୍ତି ।ହେଲେ ସେହି କ୍ୟାବିନଟି ଉପରେ ହୋଇଥିବା ଚାଳ ଛପରଟି ବାତ୍ୟାରେ ପଦାକୁ ବାହାରିଯାଇଥିବାବେଳେ ସେହି ବାଟ ଦେଇ ଯାଉଥିବା ଡିଲରର ଚାଉଳ ଗାଡିଟି ବୁଲି ନ ପାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ପରେ ଡିଲର ଦୋକାନୀଙ୍କୁ ଧମକ ଦେଇଥିଲା ଦୋକାନ ଘୁଂଚାଇବାକୁ ।ହେଲେ ଦୋକାନୀଙ୍କ କ୍ୟାବିନ ସେଠାରୁ ଭିତରକୁ ଘୁଂଚାଇବାରେ ବିଳମ୍ବ ହେବାରୁ କାଠଫାଳିଆ ଧରି ଡିଲର ଦୋକାନୀଙ୍କୁ ମାଡ ମାରିଥିଲା ।ଦୋକାନୀଙ୍କ ଚିତ୍କାର ଶୁଣି ତାଙ୍କ ଝିଅ ଘରୁ ବାହାରି ଆସି ଛଡାଇବାରୁ ତାଙ୍କୁ ମଧ୍ୟ ବାଡେଇବାକୁ ପଛାଇନଥିଲା ଡିଲର । ଉଭୟେ ବାପ ଝିଅ ଗୁରୁତର ଅବସ୍ଥାରେ ବାଙ୍କୀ ମେଡିକାଲରେ ଚିକିତ୍ସିତ ହୋଇ ଏବେ ଘରକୁ ଫେରିଛନ୍ତି ।ସେମାନେ ଏବେ ସୁସ୍ଥ ଥିବା ବେଳେ ତାଙ୍କ ଝିଅର ମୁଣ୍ଡରେ ଜୋର ଆଘାତ ଲାଗିଛି ଓ ବୃଦ୍ଧ ବାପାଙ୍କର ବେକ ଫୁଲି ବହୁ କଷ୍ଟ ପାଉଥିବାବେଳେ ପୁଲିସ ଅଭିଯୁକ୍ତକୁ ଧରିବାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି ।ସେପଟେ ଡିଲର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ପୀଡିତା ।