କଣ୍ଟାପାଟଣା ଛତିପୁର ଠାରେ ଦିବାରାତ୍ର ଭଲିବଲ ଖେଳ ଅନୁଷ୍ଠିତ ,

Spread the love

ଜେନାପୁର /୧୫/୦୩/ ସନ୍ଧାନ ନିଉଜ୍/ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚୟତ ଅଧୀନସ୍ତ କଣ୍ଟାପାଟଣା (ଛତିପୁର)ଗ୍ରାମରେ ଗତ ୧୪/୦୩/୨୦୨୩ ରିଖ ମଙ୍ଗଳବାର ଦିନ ଏକ ଦିବାରାତ୍ର ଭଲି ବଲ ଖେଳ ବହୁ ଆଡ଼ମ୍ବରେ ପାଳିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିଥିଲେ ଆମ ଅଞ୍ଚଳର ଜଣା ଶୁଣା ବ୍ୟକ୍ତି ଏବଂ ଏବେ କାଳିଆ ପାଣି ଥାନାର ଭରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାସ ,ତାଙ୍କ ସାଥିରେ ଥିଲେ ଯୁବ ସମାଜସେବୀ ତଥା ସଚେତନ ନାଗରିକ ମଞ୍ଚର ଆବାହକ ଶ୍ରୀଯୁକ୍ତ ସରୋଜକାନ୍ତ ବେହେର ,ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ସାହୁ ଏବଂ ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିଲେ ଧର୍ମଶାଳା ଅଞ୍ଚଳ ର ଜଣା ଶୁଣା ଚେହେରା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ (ଲିକୁ ଭାଇ) । ଏହି ଖେଳ ଅରମ୍ଭ ପୂର୍ବରୁ ଏକ ମହତ୍ଵ ପୂର୍ଣ୍ଣ କାର୍ଯ୍ୟ କାଳିଆ ପାଣି ଥାନା ଅଧିକାରୀ ଏବଂ ସଚେତନ ନାଗରିକ ମଞ୍ଚ ତରଫରୁ ଆମ ଅଞ୍ଚଳର ଜଣେ ପ୍ରତିଭାକୁ ଯିଏକି ଗତ କିଛି ଦିନ ତଳେ ଜାତୀୟ ସ୍ତରରେ ଭଳି ଖେଳିବ ପାଇଁ ଯାଇଥିବା ଅଜୟ ତରାଇ ତାଙ୍କୁ ସମ୍ନାନିତ କରାଯାଇଥିଲା । ଏହି ପ୍ରତିଯୋଗିତା ରେ ୪ ଟି ଦଳ ଅଂଶଗ୍ରହଣ କରିଥିଲେ ସେଗୁଡ଼ିକ ହେଲେ ,କୃଷ୍ଣପୁର, ଯାଜପୁର NC କଲେଜ, ଖଡଗ ପୁର ଏବଂ ଜାରକା

ପ୍ରଥମେ କୃଷ୍ଣପୁର ଏବଂ ଖଡ଼ଗପୁର ସହ ଖେଳିଥିଲେ ସେଥିରେ କୃଷ୍ଣପୁର ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ ରେ ଜାରକା ସହ NC କଲେଜ ଖେଳିଥିଲେ ସେଥିରେ ଜାରକା ବିଜୟ ହୋଇଥିଲା । ସେମି ଫାଇନାଲ ମ୍ୟାଚ ରେ ଜାରକା ସହ ଖଡ଼ଗପୁର ଖେଳିଥିଲେ ସେଥିରେ ଖଡ଼ଗପୁର ବିଜୟ ହୋଇ ଫାଇନାଲ୍ କୁ ପ୍ରବେଶ କରିଥିଲେ ,ଦ୍ୱିତୀୟ ସେମିଫାଇନଲ ମ୍ୟାଚ ରେ କୃଷ୍ଣପୁର ସହ NC କଲେ ଖେଳିଥିଲା ସେଥିରେ କୃଷ୍ଣପୁର ବିଜୟ ହୋଇ ଫାଇନାଲ୍ କୁ ପ୍ରବେଶ କରିଥିଲେ ।

ସର୍ବଶେଷରେ କୃଷ୍ଣପୁର ଏବଂ ଖଡ଼ଗପୁର ମଧ୍ୟରେ ଫାଇନାଲ୍ ମ୍ୟାଚ ଖେଳ ହୋଇଥିବା ବେଳେ ଖଡ଼ଗପୁର ମ୍ୟାଚ କୁ ଜିତିଯାଇଥିଲା

ବେଷ୍ଟ ଅଟ୍ଟାକର ଭାବେ ଅଜୁ କୁ ଚୟନ କରାଯାଇଥିଲା ।

ଦୁଇ ଟିମ ବିଜେତା ଏବଂ ଉପବିଜେତା କୁ ଟ୍ରଫି ସହ ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଥିଲା । ବିଜେତା ଟିମ କୁ ସମସେବୀ ମନୋଜ ଭଂଜ ଟ୍ରଫି ପ୍ରଦାନ କରିଥିବା ବେଳେ ଉପବିଜେତା ଟିମ କୁ ଜଗବନ୍ଧୁ ବେହେରା ଟ୍ରଫି ପ୍ରଦାନ କରିଥିଲେ।

Related Posts

About The Author

Add Comment