କଟକ, ୨୨/୫/୨୦୨୧ (ସନ୍ଧାନ ନିଉଜ) – କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଦର ଉପକଣ୍ଠ ସୋମପୁର ପଂଚାୟତର ତେଲଦିଆ ବଜାର, ଶିଶୁମନ୍ଦିର,ଜନଗହଳିପୂର୍ଣ ଅଞ୍ଚଳ,ବିଭିନ୍ନ ଦୋକାନ,ଗ୍ରାମ ଦେବାଦେବୀ ମନ୍ଦିର ଆଦି ବହୁ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟ କରାଯିବାସହ,ସଚେତନତା ପ୍ରଚାର ପତ୍ର, ନୋଜମାସ୍କ ବଣ୍ଟନ କରାଯାଇଛି । ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦ ପକ୍ଷରୁ ବିମଳ ପଣ୍ଡା, ଅନନ୍ତ କୁମାର ନାଥ,ସ୍ବରୂପ ସୁମନ ଦାସ, ଜ୍ୟୋତିପ୍ରକାଶ ନନ୍ଦ,ଲଷ୍ମୀକାନ୍ତ ତ୍ରିପାଠୀ,ସଂକେତ ମହାନ୍ତି,ମିହିର ବେହେରା,ଗୋପାଳ କୁମାର,ଅମ୍ରିତ କୁମାର,ଦୀପକ କୁମାର ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ବିଶୋଧନକାର୍ଯ୍ୟକୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରସଂଶା କରିବାସହ ନିରନ୍ତର ସେଵା ଯୋଗାଇ ଦେବାକୁ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି ।
କଟକ ସଦର ବ୍ଲକ ସୋମପୁର ଅଞ୍ଚଳ ହେଲା ସାନିଟାଇଜ
|
May 22, 2021 |