କଟକ, ୧୧/୦୧ /୨୦୧୨ (ସନ୍ଧାନ ନିଉଜ ) : କଟକ ମଧୂସୁଦନ ବ୍ରିଜ୍ ତଳୁ ଡାକ୍ତରୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର । ସନ୍ଦେହ ଜନକ ଭାବରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି କମିଶନରେଟ୍ ପୋଲିସ୍ ।
ଗତକାଲି ଠାରୁ ବ୍ରିଜ୍ ଉପରେ ଯୁବତୀଙ୍କ କାର୍ ଛିଡା ହୋଇ ରହିଥିଲା । ଯାହାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା ଖୋଜାଖୋଜି ପରେ ବ୍ରିଜ୍ ତଳୁ ଡାକ୍ତରୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।
ଛାତ୍ରୀ ଜଣଙ୍କ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ବେଳେ କଟକ ଏସସିବିରେ ପିଜି ଶେଷ ବର୍ଷରେ ପଢୁଥିବା ସୂଚନା ମିଳିଛି ।
ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗାଡି ସହ ମୃତ ଦେହ ଜବତ୍ କରିଛି ପୋଲିସ୍ । ମୃତ୍ୟୁର କାରଣ ଖୋଜିବା ପାଇଁ ତନାଘନା ଆରମ୍ଭ କରିଛି ପୋଲିସ୍ ।