କଟକ କନ୍ଦରପୁର ରେଲବାଇ ଓଭରବ୍ରିଜ ନିର୍ମାଣ କାର୍ଯ୍ୟନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉବିପ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ।

Spread the love
କଟକ, ୨୯/୦୬/୨୦୨୧ (ସନ୍ଧାନ ନିଉଜ) – କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ରେଳବାଇ ଫାଟକ ପରିବର୍ତ୍ତେ ଓଭରବ୍ରିଜ ଯାହାକି କଟକ ନୂଆଗାଁ ଜାତୀୟ ରାଜପଥ ସଂଖ୍ୟା ୫୫ ନିର୍ମାଣ କାର୍ଯ୍ୟ ବହୁତ ଦିନହେବ ହୋଇନପାରି ପଡି ରହିଛି ଦୈନନ୍ଦିନ ମାଲବାହୀ ଓ ଯାତ୍ରୀବାହୀ ରେଳ ପାରାଦ୍ୱୀପ ଠାରୁ କଟକ ଅଭିମୁଖେ ଯାତାୟାତ କରୁଥିବାରୁ ଜନସାଧାରଣଙ୍କ ଗମନାଗମନ ବିଶେଷକରି ଆମ୍ବୁଲାନ୍ସ ସେଵା ଆଦି ବହୁକାର୍ଯ୍ୟ ସମ୍ପାଦନରେ ନାନାଦି ସମସ୍ୟା ସୃଷ୍ଟି ହେଉଛି ଏନେଇ କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)ର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଚିଠି ମାଧ୍ୟମରେ ମାନ୍ୟବର କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଏତଦ୍ୱାରା କଟକ ଜଗତସିଂହପୁର ଏବଂ ଅନ୍ୟାନ୍ୟ ଜିଲ୍ଲା ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଛନ୍ତି  ।

Related Posts

About The Author

Add Comment