କଚାଡି ମାରିଲା ହାତୀ, ଫୋପାଡିଲା ବାର୍‌ହା

Spread the love
ରାଉରକେଲା ୨୧ /୦୧/୨୦୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଘଟଣାରେ ଜଣେ ମୃତ ଜଣେ ଆହତ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ଘଟଣାରେ ବାର୍‌ହା ଆକ୍ରମଣରେ ଜଣେ ଗ୍ରାମବାସୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ସୁନ୍ଦରଗଡ କୁତ୍ରା ଥାନା ଅନ୍ତର୍ଗତ ଆଟୋମୁଣ୍ଡା ଗାଁରେ ବିଳମ୍ବିତ ରାତିରେ ହାତୀପଲ ଆସି ନୋରବେଟ ମୁଣ୍ଡାର ଘର ଭାଙ୍ଗିବା ସହିତ ତାଙ୍କୁ ଗୁରୁତର ଭାବରେ ଆହତ କରିଥିଲେ। ବନ ବିଭାଗ କର୍ମଚାରୀ ଆହତକୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲକୁ ଆଣିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Related Posts

About The Author

Add Comment