କଅଁଳ ବୟସରେ ହୃଦୟସ୍ପର୍ଶୀ ଦୃଶ୍ୟ : ଧରିବା ମାତ୍ରେ ଶିଶୁ କନ୍ୟାର ଭାଙ୍ଗିଯାଉଛି ହାଡ଼

Spread the love

ବାଲିଗୁଡା,10/9. (ସନ୍ଧାନ ନିଉଜ)-  ଯେଉଁ ବୟସରେ ଶିଶୁ କନ୍ୟାଟି ହସିଖେଳିବା କଥା ସେହି କଅଁଳ ବୟସରେ ତା ଦେହର ବିଭିନ୍ନ ସ୍ଥାନରେ ପଡ଼ିଛି ୨୮ଟି ପାଟି। ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ଡାହୁ ଗ୍ରାମର ଉତ୍ସବ ପ୍ରଧାନଙ୍କ ସାନଝିଅ ସାନୁଲିକାଙ୍କ କ୍ଷେତ୍ରରେ।ସୂଚନା ମୁତାବକ, ଡାହୁ ଗ୍ରାମର ଉତ୍ସବ ପ୍ରଧାନ ଏବଂ ରଚନା ପ୍ରଧାନଙ୍କ ସାନ ଝିଅ ଗତ ୨୦୧୮ ମସିହା ମାର୍ଚ୍ଚ ୨ତାରିଖରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମଗ୍ରହଣ କରିଥିଲେ। ଜନ୍ମହେବାର ୧୩ଦିନ ପରେ ଝିଅଟିକୁ ଧରିବା ମାତ୍ରେ ଶରୀରର ହାଡ଼ ଗୁଡ଼ିକ ଭାଙ୍ଗିଯାଉଥିଲା। ଫଳରେ ବର୍ତ୍ତମାନ ଶିଶୁକନ୍ୟାଟିର ଦେହ, ହାତ ଓ ଗୋଡ଼ରେ ୨୮ଥର ପାଟି ପଡ଼ିଲାଣି। ଝିଅଟିର ଏଭଳି ଅବସ୍ଥା ଦେଖି ବାପା ଓ ମା ଗତ ଜାନୁୟାରୀ ମାସରେ ଝିଅକୁ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟକୁ ନେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଝିଅର ସମସ୍ୟା ଜଣାଇବାରୁ ଡାକ୍ତର ଜଣକ କଥାକୁ ପରିହାସ କରିଥିଲେ ବୋଲି ବାପା ଉତ୍ସବ କହିିଛନ୍ତି। ତେବେ ଝିଅଟିର ଏକ୍ସ-ରେ ରିପୋର୍ଟ ଆସିବାପରେ ଡାକ୍ତର ସେଠାରେ ୭ଦିନ ରଖି ଚିକିତ୍ସା କରିଥିଲେ। ୭ଦିନର ଚିକିତ୍ସାପରେ ଶିଶୁ କନ୍ୟାଟିର ଅଧିକ ଚିକିତ୍ସାପାଇଁ ସେଠାରୁ କଟକ ଶିଶୁ ଭବନକୁ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବାପା’ମାଙ୍କ ପାଖରେ ଶିଶୁଭବନ ନେବାପାଇଁ ଅର୍ଥାଭାବ ଥିବାରୁ ଝିଅକୁ ନିଜ ଘରକୁ ନେଇ ଫେରିଆସିଥିଲେ। ଗ୍ରାମରେ ଘରୋଇ ଚିକିତ୍ସା ଦ୍ୱାରା ଝିଅ ସାଲୁନିକାର ଦେହ, ହାତ ଓ ଗୋଡ଼ରେ ବର୍ତ୍ତମାନ ୨୮ଟି ପଟି ପକାଯାଇଛି। ପରିବାର ଲୋକେ ଝିଅର ଚିକିତ୍ସାପାଇଁ ଆବଶ୍ୟକ ଅର୍ଥ ବନ୍ଦୋବସ୍ତ କରିପାରୁନଥିବାରୁ ସରକାରଙ୍କ ତରଫରୁ ସହାୟତା ଯୋଗାଇଦେବାକୁ ଗୁହାରି କରିଥିବା ବେଳେ ଗ୍ରାମବାସୀ ମଧ୍ୟ ଜିଲ୍ଲାପ୍ରଶାସନ ଏଥିରେ ସହାୟତା କରିବାକୁ ଅନୁରୋଧ କରିଛନ୍ତି।

Related Posts

About The Author

Add Comment