କଟକ ୨୪/୦୧ : କଟକ ସଦର କନ୍ଦରପୁର ସରସ୍ଵତୀ କଳା ପରିଷଦର ସଭ୍ୟ ତଥା ବରଗଡ଼ ଜିଲ୍ଲା କୁଲିତା ଟୁକୁରା ଗ୍ରାମର ସମାଜସେବୀ,ଯୁବ ପର୍ବତାରୋହି ଆଶୀର୍ବାଦ ମହାପାତ୍ର (ଅନୁପ)ଙ୍କୁ ତାଙ୍କ ଜାତୀୟ ସ୍ତରୀୟ ଯୁବ ଶିବିରରେ ଯୋଗଦାନ ଏବଂ ସଫଳତା ନେଇ କଂସାରୀ ସମାଜ ଉନ୍ନୟନ ପରିଷଦ,ଭୁବେନେଶ୍ୱର ପକ୍ଷରୁ ଭୁବେନେଶ୍ୱର ଉପକଣ୍ଠ ହୀରାପୁର ଚଉଷଠି ଯୋଗିନୀ ମନ୍ଦିର ପରିସରରେ ଅନୁଷ୍ଠିତ ହେଇଥିବା ଏକ କାରିଗରୀ ସଚେତନତା ଶିବିରରେ ସମ୍ମାନିତ କରାଯିବାସହ, ଛଅ ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ ଓ ତିରିଶରୁ ଅଧିକ କଂସା ପିତ୍ତଳ କାରିଗରଙ୍କୁ ସମ୍ମାନିତ କରାଯାଇଛି । ଏଥିରେ ଓଡିଶାର ବିଭିନ୍ନ ସ୍ଥାନରୁ କାରିଗର ମାନେ ଯୋଗ ଦେଇଥିଲେ । କଂସପୁର ସଭାପତି ଶ୍ରୀଯୁକ୍ତ ବବିନ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ସୁଦର୍ଶନ ମହାପାତ୍ର,ଉପସଭାପତି ଡାକ୍ତର କ୍ଷମାସାଗର ସାହୁ ଓ ଯୁଗ୍ମ ସମ୍ପାଦକ ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ସହଯୋଗରେ ଉକ୍ତ ସଭାରେ କେନ୍ଦ୍ର ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଅଶୋକ କୁମାର ହୋତା ଓ ରାଜ୍ୟ ହସ୍ତଶିଳ୍ପ ବିଭାଗର ଉପନିର୍ଦ୍ଦେଶକ ଶିଶିର କୁମାର ସମ୍ମାନିତ ଅତିଥି ତଥା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଶେଷରେ କଂସପୁର ବରିଷ୍ଠ ସଦସ୍ୟ ଅଭୟପଞ୍ଜର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
କଂସାରୀ ସମାଜ ଉନ୍ନୟନ ପରିଷଦ,ଭୁବେନେଶ୍ୱର ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଯୁବ ସମାଜସେବୀ ଆଶୀର୍ବାଦ
|
January 24, 2023 |