ଯାଜପୁର, (ସନ୍ଧାନ ନିୟୁଜ) ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନିତି ଉପରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ତରୀୟ ନେତା ଏବଂ ଯୁବନେତା ମାନେ ବ୍ଲକ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ଦୂର୍ନିତିକୁ ନେଇ ସରକାରଙ୍କୁ କଢ଼ା ନିନ୍ଦା କରିବା ସହିତ ଏହା ଉପରେ କଂଗ୍ରେସ ପକ୍ଷରୁ ଅଧିକରୁ ଅଧିକ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି । ବଡଚଣା ବ୍ଲକ ସମ୍ମୁଖରେ ବ୍ଲକ କଂଗ୍ରେସ ସଭାପତି ଉମେଶ ଜେନା, ଯୁବ କଂଗ୍ରେସ ସଭାପତି ଜୟପ୍ରକାଶ ବିଶ୍ୱାଳ, ଛାତ୍ର କଂଗ୍ରେସ ସଭାପତୀ କମରୁଜୁ ଖାଁଙ୍କ ନେତୃତରେ କଂଗ୍ରେସର ବହୁ ନେତା ଯୋଗଦେଇ ସରାକରଙ୍କ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନିତି ଉପରେ ବର୍ଷିଥିଲେ । ସେହିପରି ଧର୍ମଶାଳା ବ୍ଲକ ସମ୍ମୁଖରେ କଂଗ୍ରେସ ନେତା କିଷାନ ପଣ୍ଡା ଏବଂ ରସୁଲପୁର ବ୍ଲକ ସମ୍ମୁଖରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯାଇ ବ୍ଲକର ବିଡିଓ ମାନଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୱରେ ଏକ ୯ଦଫା ଦାବି ପତ୍ର ପ୍ରଦାନ କରାଯାଇଛି ।
କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ: ରାଜ୍ୟରେ ବିଜେଡି ସରକାରଙ୍କ ସମୟରେ ସବୁଠୁ ଅଧିକ ଦୁର୍ନିତି
|
August 19, 2023 |