କଂଗ୍ରେସ ଦଳ ପକ୍ଷରୁ ଆରତୀ ଦେଓ ପ୍ରାର୍ଥି ହେଲେ

Spread the love

ଯାଜପୁର ସଦର, ୨୪ା୦୪: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ପ୍ରାର୍ଥି ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଭରଷା କରି ମହିଳା ନାରୀ ନେତ୍ରୀ ଶ୍ରୀମତୀ ଆରତୀ ଦେଓଙ୍କୁ ବରୀ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥି କରିଥିବାରୁ କଂଗ୍ରେସ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀମତୀ ଦେଓ ୩୬ନଂ ଜିଲ୍ଲା ପରିଷଦ କଂଗ୍ରେସ ଦଳରୁ ହୋଇଥିବା ବେଳେ, କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ନାରୀ ନେତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ, ୨୦୨୪ ନିର୍ବାଚନ ପାଇଁ ବିଜେଡ଼ି ଦଳରୁ ଇସ୍ତଫା ଦେଇ ଜାତୀୟ କଂଗ୍ରେ ଦଳରେ ଯୋଗ ଦେଇଥିଲେ । ଯାହାକି ରାଜ୍ୟ ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଜାତୀୟ କଂଗ୍ରେସ ବିଧାନ ସଭାକୁ ୧୪୭ ପ୍ରାର୍ଥି ଦେବାକୁ ରହିଥିବା ବେଳେ, ଲୋକ ସଭା ନିର୍ବାଚନ ଲାଗି ୨୧ ଟି ପ୍ରାର୍ଥି ଜାତୀୟ କଂଗ୍ରେସ ଘୋଷଣା କରିଥିବାରୁ ସେଥି ମଧ୍ୟରୁ ବରୀ ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀମତୀ ଆରତୀ ଦେଓଙ୍କୁ ପ୍ରାର୍ଥି କରାଯାଇ ଟିକେଟ ଦିଆଯାଇଚି । ଯାହାକି ଶ୍ରୀମତୀ ଦେଓ କର୍ମି ମାନଙ୍କୁ ସାଙ୍ଗରେ ଧରି ବିଭିନ୍ନ ପଂଚାୟତରେ କର୍ମୀ ସମ୍ମୀଳନୀ କରିବା ସହିତ ଲୋକମାନଙ୍କୁ ଭେଟୁଛନ୍ତି । ଜାତୀୟ କଂଗ୍ରେସ ଗ୍ୟାରେଣ୍ଟିକାର୍ଡ ବଣ୍ଟନ କରି ଶ୍ରୀମତୀ ଦେଓଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ନିର୍ବାଚନ କରିବା ପାଇଁ ବରୀ ମାଟିର ସ୍ୟାଭିମାନକୁ ବଜାଇ ରଖିବାଲାଗି କଂଗ୍ରେସ ପ୍ରାର୍ଥି ଆରତୀ ଦେଓଙ୍କୁ ହାତ ଚିହ୍ନରେ ଭୋଟ ଦେବାଲାଗି ରାଜ୍ୟ ସଭାପତି ଶରତ ପଟ୍ଟନାୟକ ବରିଷ୍ଠ ରାଜନୈତିକ ନେତା ରାହୁଲ ଗାନ୍ଧିଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଶ୍ରୀମତୀ ଦେଓ ଅନୁରୋଧ କରିଛନ୍ତି ।

Related Posts

About The Author

Add Comment