କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା

Spread the love

ପୁରୀ, ୧୭/୨/୨୦ (ସନ୍ଧାନ ନିଉଜ) : କଂଗ୍ରେସ ଦଳରେ ଫାଟ । କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ହେବା ସହ ଲହୁଲୁହାଣ ପରିସ୍ଥିତି ଉପୁଜିଛି । ଏହି ଘଟଣା ଘଟିଛି ପୁରୀ କଂଗ୍ରେସ ମଧ୍ୟରେ । ଆଉ ଏହି ଘଟଣା କଂଗ୍ରେସ କନ୍ଦଳକୁ ପଦାରେ  ପକାଇଛି । ପୁରୀ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଛାତ୍ର କଂଗ୍ରେସକୁ ଆକ୍ରମଣ କରିଛି କଂଗ୍ରେସର ଅନ୍ୟ ଏକ ଗୋଷ୍ଠି ।  ଏହି ଆକ୍ରମଣରେ ଛାତ୍ର କଂଗ୍ରେସର ଜିଲ୍ଲା ସଭାପତିଙ୍କ ସମେତ ଅନ୍ୟ ଦୁଇ ଜଣ  ଗୁରୁତର  ଆହତ ହୋଇଛନ୍ତି ।  ଛାତ୍ର କଂଗ୍ରେସର  ସଭାପତିଙ୍କୁ ମରଣାତ୍ମ ଆକ୍ରମଣ  କରିଛି ଦଳର ଅନ୍ୟ ଏକ ଗୋଷ୍ଠୀ ।

ତେବେ ଘଟଣାରେ ଆହତ ହୋଇଥିବା  ଛାତ୍ର ନେତାଙ୍କ କହିବାନୁଯାୟୀ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ଉପରେ ମରଣାତ୍ମ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିବା ପରେ ତଳେ ପକାଇ  ଲୁହା ରଡ ଏବଂ  ଇଟାରେ ଅତି ଦୟନୀଭାବେ ଛେଚିଥିଲେ କଂଗ୍ରେସ କର୍ମି ।   କଂଗ୍ରେସ ଛାତ୍ର ସଭାପତିଙ୍କୁ ଆକ୍ରୋଶ ମୂଳକଭାବେ ଆକ୍ରମଣ କରିଛନ୍ତି କଂଗ୍ରେସର ଅନ୍ୟ ଏକ ଗୋଷ୍ଠୀ ବୋଲି କହିଛନ୍ତି ଏହି  ଆକ୍ରମଣରେ ଆହତ ହୋଇଥିବା ଛାତ୍ର ।

Related Posts

About The Author

Add Comment