କଂଗ୍ରେସର ଦୁଇ କାଉନସିଲରଙ୍କୁ ଅଣଦେଖା ଅଭିଯୋଗ ନେଇ କାର୍ଯ୍ୟାଳୟ ସାମନାରେ ଧାରଣା

Spread the love

 

ବାଲିଗୁଡ଼ା :୨୨/୧୧/୨୨(ସନ୍ଧାନ ନିଉଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଦୁଇ କାଉନସିଲର ଙ୍କୁ ଏନ୍ଏସି ପକ୍ଷରୁ ଅଣଦେଖା ଅଭିଯୋଗ । ନ୍ୟାୟ ଦାବିରେ ୭ଦଫା ଦାବି ନେଇ ଏନ୍ଏସି କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି ଦୁଇ କାଉଁସିଲର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିରେ। ସୂଚନା ପ୍ରକାରେ ପ୍ରତ୍ୟେକ ମାସରେ ପରିଷଦ ବୈଠକ ଅନୁଷ୍ଠିତ ହେବା କଥା କିନ୍ତୁ ପୂର୍ବ ବୈଠକର ୧୦୮ ଦିନପରେ ଅର୍ଥାତ୍ ଗତ ୧୮.୧୧.୨୦୨୨ ରିଖରେ ସକାଳ ୮ଟା ୪୫ ମିନିଟ୍ ସମୟରେ ବୈଠକ ହୋଇଥିଲା। ବୈଠକର ୭ ଦିନ ପୂର୍ବରୁ ପାରିଷଦ ମାନଙ୍କୁ ଜଣାଇବା କଥା କିନ୍ତୁ ତାହା ହୋଇନଥିବା ଅଭିଯୋଗ ହୋଇଛି । ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ନିର୍ବାହୀ ଅଧିକାରୀ ବୈଠକ ଆବାହନ କରିବା କଥା କିନ୍ତୁ ସେଥିରେ ମଧ୍ୟ ବ୍ୟତିକ୍ରମ ହେଉଛି । ବାଲିଗୁଡ଼ା ଏନ୍ଏସିରେ ୧୩ଟି ଓ୍ବାର୍ଡରୁ ୧୧ଟି ବିଜେଡ଼ି ଦଖଲ କରିବା ସହ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ହାତେଇଥିବା ବେଳେ କଂଗ୍ରେସ ଦୁଇଟି ଓ୍ବାର୍ଡ ଦଖଲ କରିଛି । କଂଗ୍ରେସର ସଂଖ୍ୟା ଗରିଷ୍ଠତା ନଥିବାରୁ ଜାଣିଶୁଣି କଂଗ୍ରେସର ଏହି ଦୁଇ କାଉନସିଲର ଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଛି । ଏଥିସହିତ ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ କୌଣସି ତଥ୍ୟ ମାଗିଲେ ମଧ୍ୟ ମିଳୁନଥିବାରୁ ଆର୍ ଟି ଆଇ ମାଧ୍ୟମରେ ତଥ୍ୟ ମାଗିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଦୁଇ କାଉନସିଲର । ସେପଟେ ଯେପର୍ଯ୍ୟନ୍ତ ଆମକୁ ନ୍ୟାୟ ନମିଳିଛି ଏବଂ ଆମକୁ ସମାନ ଅଧିକାର ନ ଦିଆଯାଇଛି ସେ ପର୍ଯ୍ୟନ୍ତ ଆମେ ଏଭଳି ଆମରଣ ଅନଶନରେ ବସିବୁ ବୋଲି କହିଛନ୍ତି ଦୁଇ କାଉନସିଲର ଅଜୟ କୁମାର ନାୟକ (ଓ୍ବାର୍ଡ-୧) ଓ ଆଲୋକ କୁମାର ନାୟକ (ଓ୍ବାର୍ଡ-୧୩) । ସେପଟେ ଘଟଣାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାଂସଦ ପ୍ରାର୍ଥୀ ତଥା ଯୁବ ନେତା ମନୋଜ କୁମାର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment