ନୂଆଦିଲ୍ଲୀ୧୮/୦୮ (ସନ୍ଧାନ ନିଉଜ) :ହରିଆନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍କା ଲାଗିପାରେ ବୋଲି ସୂଚନା ମିଳିଛି। ଖୁବଶୀଘ୍ର ଏହି ରାଜ୍ୟର ପ୍ରମୁଖ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡ୍ଡା ନୂଆ ଦଳ ଘୋଷଣା କରିପାରନ୍ତି। ଏହାକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ଚାଲିଛି। କଂଗ୍ରେସ ଦଳର ସମସ୍ତ ପ୍ରମୁଖ ନେତାଙ୍କ ନଜର ହୁଡ୍ଡାଙ୍କ ଉପରେ ରହିଛି।
ଯଦି ହୁଡ୍ଡା ନୂଆ ଦଳ ଘୋଷଣା କରନନ୍ତି, ତେବେ କଂଗ୍ରେସରେ ଅନ୍ତଃକନ୍ଦଳ ବୃଦ୍ଧି ପାଇବ। ଯାହା ବିଜେପି ପାଇଁ ବେଶ୍ ଫାଇଦା ହେବ। ଯାହା କଂଗ୍ରେସ ପାଇଁ ସବୁଠାରୁ ବଡ ଝଟକା ହେବ। ହୁଡ୍ଡାଙ୍କ ନୂଆ ଦଳକୁ ନେଇ କିଛିଦିନରୁ ବେଶ ଚର୍ଚ୍ଚା ଚାଲିଛି।



