ଔଷଧ ଦୋକାନରେ ଅଗ୍ନି କାଣ୍ଡ

Spread the love

ବାରିପଦା, ୦୨.୦୨.୨୦୨୧(ସନ୍ଧାନ ନିଉଜ୍ ଲିଙ୍ଗରାଜ ପଣ୍ଡା): – ସ୍ଥାନୀୟ ବାଘଡ଼ା ରୋଡ୍ ଭିକାଖଟି ଛକରେ ଥିବା ଚନ୍ଦନ ମେଡିସିନ୍ସ ନାମକ ଔଷଧ ଦୋକାନରେ ଅଗ୍ନି କାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମେଡ଼ିସିନ୍ ସହ । ଅନ୍ୟାନ୍ୟ‌ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଦୋକାନର ମାଲିକ ସଞ୍ଜୟ ଷଡଙ୍ଗୀ ସବୁଦିନ ପରି ଦିନ ପାଖାପାଖି ୨ଟାରେ ଦୋକାନ ବନ୍ଦ କରି ଘରକୁ ଖାଇବାକୁ ଯାଇଥିଲେ । ଦିନ ପ୍ରାୟ ୩ଟା ୩୦ ପରେ ତାଙ୍କ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ପାଖ ଦୋକାନୀମାନେ ତାଙ୍କୁ ଫୋନ୍ କରିଥିଲେ । ମାଲିକ ଦୋକାନରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ସଟର୍ ତାଡ଼ି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Related Posts

About The Author

Add Comment