ଓଡ଼ିଶା ସାମ୍ବାଦିକ ୟୁନିୟନର ୨୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଟିତ

Spread the love

ଯାଜପୁର ସଦର, ୨୪ା୧୨: ଓଡ଼ିଶା ସାମ୍ବାଦିକ ୟୁନିୟନ ଓୟୁଜେର ୨୬ତମ ରାଜ୍ୟ ସ୍ତରୀୟ ପ୍ରତିଷ୍ଠା ଦିବା ଅନୁଷ୍ଟିତ ହୋଇଯାଇଚି । ଏହି ଅବସରରେ ଜୟଦେବ ଭବନ ପରିଶରରେ ମୁଖ୍ୟ ଅତିଥି ଓଡ଼ିଶାର ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ଓୟୁଜେର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିବା ବେଳେ, ସମ୍ମାନୀୟ ଅତିଥି ମାନ୍ୟବର ମନ୍ତ୍ରୀ ତୁଷାରକାନ୍ତ ବେହରା ଯୋଗଦେଇଥିଲେ । ଅନ୍ୟତମ ଅତିଥି ରାଜ୍ୟ ସଭା ସାଂସଦ ମୁନ୍ନ ଖାଁ ଯୋଗଦେଇଥିଲେ । ଜଟଣି ବିଧାୟକ ଶ୍ରୀଯୁକ୍ତ ସୁର ରାଉତରାୟ ଯୋଗଦାନ କରିଥିଲେ । ବିଧାୟକ ଅନନ୍ତନାରାୟଣ ଜେନା ଯୋଗଦାନ କରିଥିଲେ । ସାମ୍ବାଦିକ ମାନଙ୍କ ସମସ୍ୟା ପେନସନକୁ ନେଇ ଦାବି ହୋଇଥିବା ବେଳେ, ଓୟୁଜେର ସଭାପତି ପ୍ରଶନ୍ନ ମହାନ୍ତି ସମ୍ପାଦକ ଅଶୋକ ନନ୍ଦ, ରାହାସ ବିହାରୀ ଦାସ ସରକାରଙ୍କ ନିକଟରେ ସାମ୍ବାଦିକ ମାନଙ୍କ ପେନସନ ଲାଗୁ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ବିଧାନସଭାର ବାଚସ୍ପତି ପ୍ରମିଳା ମଲିକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେବେ ବୋଲି ମାନ୍ୟବର ମନ୍ତ୍ରୀ ତୁଷାରକାନ୍ତ ବେହେରା ସୂଚନା ଦେଇଥିଲେ । ଓୟୁଜେ ସବୁବେଳେ, ସାମ୍ବାଦିକ ମାନଙ୍କ ପାଇଁ ଲଢ଼େଇ ରଖିଥିବା ବେଳେ, ଆଗାମୀ ଦିନରେ ଓୟୁଜେ ଯେଉଁସବୁ ଦାବି ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇଛନ୍ତ, ଏଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବେ ବୋଲି ବାଚସ୍ପତି ପ୍ରମିଳା ମଲିକ ସୂଚନା ଦେଇଥିଲେ । ଓୟୁଜେର ୨୬ତମ ବାର୍ଷିକ ଅଧିବେଶନରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କୃତିତ୍ୱ ଅର୍ଜନ କରିଥିବା ୮ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଦିତ ପ୍ରତିଭା ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ ଲକ୍ଷ୍ମୀଦର ମହାପାତ୍ର, ସାମ୍ବାଦିକ ଅବିର ସାମଲ, ସାମ୍ବାଦିକ ଜଗଦିସ ରାୟ, ସାମ୍ବାଦିକା ସ୍ମୃତୀରାଣୀ ଜେନା, ସାମ୍ବାଦିକା ଶୁଭଦର୍ଶିନୀ ମିଶ୍ର, ସାମ୍ବାଦିକ ନବୀନ ସାହୁଙ୍କୁ ମାନପତ୍ର ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ମାନଙ୍କୁ ଅବସରକାଳିନ ପେନସନ ଦେବା ସହିତ ଲୋକସଭା ଭବନକୁ ପ୍ରବେଶ ଉପରେ ଥିବା କଟକଣା ଉଠାଇବାକୁ ନେଇ ଦୃଢ଼ତାର ସହିତ ଏହି ପ୍ରଶଙ୍ଗ ଉଠାଯାଇଥିଲା । ଓୟୁଜେର ପ୍ରତିବର୍ଷ ହେଉଥିବା ନିର୍ବାଚନରେ ନିର୍ବାଚିତ ହୋଇଥିବା ସଭାପତି ପ୍ରଶନ୍ନ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୩୦ଟି ଜିଲ୍ଲାରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ୭ଶହରୁ ଉର୍ଦ୍ଧ୍ୱ ଏହି ପ୍ରତିଷ୍ଠା ଦିବସରେ ଯୋଗଦେଇଥିଲେ । ଶେଷରେ ସଂଘର ଅଶୋକ ନନ୍ଦ ଧନ୍ୟବାଦ ଦେଇଥିବା ବେଳେ, ଉପସଭାପତି କିସାନ ରାଉତ, ରାକେଶ ପଟ୍ଟନାୟକ, ପ୍ରଶନ୍ନ ପାଇକରାୟ, ଅମୂଲ୍ୟ ସ୍ୱାଇଁ, ପରିକ୍ଷିତ ବିଶ୍ୱାଳ, ସନ୍ତୋଷ ସିଂଦେଓ, ସୁଧାଶୁଂ ପରିଡ଼ା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related Posts

About The Author

Add Comment